କଟକ, (ନାଗରାଜ ନ୍ୟୁଜ): କଟକରୁ ପୁଣି ଜବତ ହେଲା ବେଆଇନ ବାଣ । ସ୍ଥାନୀୟ ଗୋପାଳ ସାହିରେ ଚଢ଼ାଉ କରି ବିଡ଼ାନାସି ପୁଲିସ ବିପୁଳ ପରିମାଣର ବାଣ ଜବତ କରାଯାଇଛି । ଜବତ ହୋଇଥିବା ବାଣର ଅନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ । ଏହି ବାଣ ରଖିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ ଅଟକ ରଖିଛି । ସମ୍ପୁକ୍ତ ବ୍ୟକ୍ତି ଜଣକ ବିଭିନ୍ନ ସ୍ଥାନରୁ ଏହି ବାଣ ଆଣି ସେଗୁଡିକୁ କଟକ ସହରରେ ବିକ୍ରି କରିବାକୁ ଯୋଜନା କରିଥିବା ପୁଲିସ ପକ୍ଷରୁ କୁହାଯାଇଛି । ଦୀପାବଳିରେ କେବଳ ସବୁଜ ବାଣ ବିକ୍ରି ପାଇଁ ହାଇକୋର୍ଟ ତଥା ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିଲେ ।
ଏହା ବ୍ୟତୀତ ପ୍ରଦୂଷଣ ସୃଷ୍ଟି କରୁଥିବା ପାରମ୍ପରିକ ବାଣ ଯେପରି ବିକ୍ରି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ କଟକ କମିଶନରେଟ ପୁଲିସ ବେଆଇନ ବାଣ ଧରପକଡ ଅଭିଯାନ ଆରମ୍ଭ କରିଛି । ଏହି କ୍ରମରେ ଜଗତପୁର ପୁଲିସ ଗତକାଲି ବେଆଇନ ବାଣ ଜବତ କରିଥିବା ବେଳେ ଆଜି ବିଡ଼ାନାସି ପୁଲିସ ମଧ୍ୟ ବାଣ ଜବତ କରିଛି ।