ପୋଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରିଲା ଚୋରା ମଦ ବେପାରୀ

ବାଙ୍କୀ: ପୋଲିସ ହାତରୁ ଚମ୍ପଟ ମାରିଛି ଚୋରା ମଦ ବେପାରୀ, ସ୍କୁଟି ସହ ମଦ ଜବତ କରିଛି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ଥାନା ଅନ୍ତର୍ଗତ ଡମପଡା ଗ୍ରାମରେ । ସୂଚନା ଅନୁଯାୟୀ ଏକ ମଦ ବେପାରୀ ନାଲି ସ୍କୁଟି ବୋଝେଇ ଦେଶୀ ମଦ ବେପାର କରିବାକୁ ଆସୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡିଥିଲା । ତାର ଏଭଳି କାର୍ଯ୍ୟକଳାପ ଉପରେ ଦୀର୍ଘଦିନ ହେବ ଗ୍ରାମବାସୀଙ୍କ ସନ୍ଦେହ ରହିଥିଲା ।

ଆଜି ଗ୍ରାମବାସୀ ମଦ ବେପାରୀକୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପଚରାଉଚରା କରୁଥିବା ସମୟରେ କୌଶଳ କ୍ରମେ ଚୋରା ମଦ ବେପାରୀ ରିଙ୍କୁ ଭୋଇ ପୋଲିସ ଆଖିରେ ଧୂଳି ଦେଇ ସେହି ସ୍ଥାନରୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲା । ଏହାପରେ ପୋଲିସ ତା ନାମରେ ଏହି ମାମଲା ରୁଜୁ କରି ମଦ ବେପାରୀକୁ ତୁରନ୍ତ ଗିରଫ କରିବା ନେଇ ତଦନ୍ତ ଚଳାଇଛି ।

Leave a Reply

Your email address will not be published.