ବିଶାଖାପଟଣା, (ନାଗରାଜ ନ୍ୟୁଜ): ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟରେ(ଓପିଆଡି) ହାଜର ହେଲେ ଆନ୍ଧ୍ରର ପୂର୍ବତନ ବିଧାୟକ ମଲ୍ଲା ବିଜୟ ପ୍ରସାଦ । ଚିଟଫଣ୍ଡ ଦୁର୍ନୀତି ଅଭିଯୋଗରେ ଏମଭି ପ୍ରସାଦ ଗିରଫ ହୋଇଛନ୍ତି । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖା (ଇଓଡବ୍ଲୁ୍ୟ) ବିଶାଖାପଟଣାରୁ ତାଙ୍କୁ ଗିରଫ କରିଛି । ତାଙ୍କୁ ଓପିଆଇଡି କୋର୍ଟରେ ହାଜର ପରେ ଚୌଦ୍ୱାର ଜେଲକୁ ପଠାଯାଇଛି । ଏହି ମାମଲାର ଶୁଣାଣି ଆସନ୍ତା ସୋମବାର ଦିନ କରାଯିବା ନେଇ ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଏବେବି ଏମଭି ପ୍ରସାଦଙ୍କ ଭାଇଜାକସ୍ଥିତ ବାସଭବନରେ ଚଢାଉ ଜାରି ରହିଛି । ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ଓ ବିପୁଳ ପରିମାଣର ଟଙ୍କା ଜବତ କରାଯାଇଛି । ୨୦୦୧ ମସିହାରେ ଏମ ଭି ପ୍ରସାଦ ୱେଲ୍ ଫେୟାର ନାମକ ଏକ ସଂସ୍ଥା ଖୋଲିଥିଲେ । ଏହାର ଶାଖା ଓ ବ୍ୟବସାୟ ସାରା ଦେଶରେ ଥିଲା । ପରେ ୨୦୦୯ରେ ସେ ସଂସ୍ଥାର ନାମ ବଦଳାଇ ୱେଲ ଫେୟାର ବିଲଡିଂ ଆଣ୍ଡ କନଷ୍ଟ୍ରକସନ୍ ରଖିଥିଲେ ।ସାରା ଦେଶରୁ ଏହି କମ୍ପାନୀ ପ୍ରାୟ ଦେଢ ହଜାର କୋଟି ଟଙ୍କା ନିବେଶକଙ୍କ ଠାରୁ ଠକେଇ କରିଛି । ୨୦୧୬ରେ ସିବିଆଇ ମଧ୍ୟ ଏହି ଠକେଇର ତଦନ୍ତ କରିଥିଲା । ସେହି ସମୟରେ ତାଙ୍କ ନିକଟରୁ ନଗଦ ୪୫ ଲକ୍ଷ ଟଙ୍କା ଜବତ ହୋଇଥିଲା । ହେଲେ ଏନେଇ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଇନଥିଲା । ଏହାପରେ ୨୦୧୯ ମସିହାରେ ଏମଭି ପ୍ରସାଦଙ୍କ ବିରୁଦ୍ଧରେ କଟକ ଓ ଭୁବନେଶ୍ବରର ଥାନାରେ ଅଭିଯୋଗ ହୋଇଥିଲା । ପରେ ମାମଲା ଇଓଡବ୍ଲୁ୍ୟ ନେଇଥିଲା ।
ଚିଟଫଣ୍ଡ ଦୁର୍ନୀତି ଅଭିଯୋଗରେ ଏମଭି ପ୍ରସାଦ ଗିରଫ ହୋଇଛନ୍ତି । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖା (ଇଓଡବ୍ଲୁ୍ୟ) ବିଶାଖାପଟଣାରୁ ତାଙ୍କୁ ଗିରଫ କରିଛି । ତାଙ୍କୁ ଓପିଆଇଡି କୋର୍ଟରେ ହାଜର ପରେ ଚୌଦ୍ୱାର ଜେଲକୁ ପଠାଯାଇଛି । ଏହି ମାମଲାର ଶୁଣାଣି ଆସନ୍ତା ସୋମବାର ଦିନ କରାଯିବା ନେଇ ସୂଚନା ମିଳିଛି । ସୂଚନା ଅନୁଯାୟୀ, ଏବେବି ଏମଭି ପ୍ରସାଦଙ୍କ ଭାଇଜାକସ୍ଥିତ ବାସଭବନରେ ଚଢାଉ ଜାରି ରହିଛି । ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ଓ ବିପୁଳ ପରିମାଣର ଟଙ୍କା ଜବତ କରାଯାଇଛି । ୨୦୦୧ ମସିହାରେ ଏମ ଭି ପ୍ରସାଦ ୱେଲ୍ ଫେୟାର ନାମକ ଏକ ସଂସ୍ଥା ଖୋଲିଥିଲେ । ଏହାର ଶାଖା ଓ ବ୍ୟବସାୟ ସାରା ଦେଶରେ ଥିଲା । ପରେ ୨୦୦୯ରେ ସେ ସଂସ୍ଥାର ନାମ ବଦଳାଇ ୱେଲ ଫେୟାର ବିଲଡିଂ ଆଣ୍ଡ କନଷ୍ଟ୍ରକସନ୍ ରଖିଥିଲେ ।ସାରା ଦେଶରୁ ଏହି କମ୍ପାନୀ ପ୍ରାୟ ଦେଢ ହଜାର କୋଟି ଟଙ୍କା ନିବେଶକଙ୍କ ଠାରୁ ଠକେଇ କରିଛି । ୨୦୧୬ରେ ସିବିଆଇ ମଧ୍ୟ ଏହି ଠକେଇର ତଦନ୍ତ କରିଥିଲା । ସେହି ସମୟରେ ତାଙ୍କ ନିକଟରୁ ନଗଦ ୪୫ ଲକ୍ଷ ଟଙ୍କା ଜବତ ହୋଇଥିଲା । ହେଲେ ଏନେଇ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଇନଥିଲା । ଏହାପରେ ୨୦୧୯ ମସିହାରେ ଏମଭି ପ୍ରସାଦଙ୍କ ବିରୁଦ୍ଧରେ କଟକ ଓ ଭୁବନେଶ୍ବରର ଥାନାରେ ଅଭିଯୋଗ ହୋଇଥିଲା । ପରେ ମାମଲା ଇଓଡବ୍ଲୁ୍ୟ ନେଇଥିଲା ।