ମଦବିକ୍ରୀ ସାଙ୍ଗକୁ ଜୁଆ ଏବଂ ସଟ୍ଟା ଖେଳର କେନ୍ଦ୍ର ପାଲଟିଛି ଟେନ୍ ଇଲେଭେନ ଢାବା

ସୁନ୍ଦରଗଡ଼/ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଏବଂ କୁତ୍ରା ଥାନା ଅଞ୍ଚଳରେ ଥିବା ସମସ୍ତ ଢ଼ାବା ମାନଙ୍କରେ ଖୋଲାଖୋଲି ଭାବେ ମଦ ବିକ୍ରି ହେଉଛି । ବିଗତ କିଛି ଦିନ ପୂର୍ବେ ଢାବା ମାନଙ୍କରେ ଖୋଲାଖୋଲି ମଦବିକ୍ରୀ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ପୋଲିସ ପ୍ରଶାସନ ସଙ୍ଗେ ସଙ୍ଗେ ୭ଟି ଢାବା ଉପରେ ଏକାସାଙ୍ଗରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ, ବିଦେଶୀ ମଦ ଜବତ କରିଥିଲା ସତ, ହେଲେ ସନ୍ଧ୍ୟାରେ ଢାବା ମାଲିକମାନଙ୍କୁ ଥାନାକୁ ଡ଼ାକି ବଣ୍ଡବେଲ କରି ଛାଡ଼ି ଦେଇଥିଲେ । ଥାନାରୁ ଫେରିଲା ପରେ ଢ଼ାବା ମାଲିକମାନେ ସେହି ଦିନଠାରୁ ନିର୍ଦ୍ୱନ୍ଦରେ ମଦବିକ୍ରୀ ସାଙ୍ଗକୁ ଜୁଆ ଏବଂ ସଟ୍ଟା ଖେଳ ଆରମ୍ଭ କରିଦେଇଛନ୍ତି । ଯାହାଫଳରେ ସାଧାରଣ ଲୋକେ ପୋଲିସ ପ୍ରଶାସନ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଆହୁରି ମଧ୍ୟ ପୋଲିସ ଲୋକ ଦେଖାଣିଆ ଭାବେ‌ ଢାବା ମାନଙ୍କରେ ଚଢ଼ାଉ କରି ମାଲିକ ମାନଙ୍କ ସାଙ୍ଗରେ ମାସିକିଆ ବଟିପାଇ ମୂଲଚାଲ କରିବାକୁ ଏହି ଚଢାଉ କରିଥିଲେ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । ସମସ୍ତ ଢ଼ାବା ଠାରୁ ଟେନ୍ ଇଲେଭେନ୍ ଢାବାରେ ମଦବିକ୍ରୀ ସାଙ୍ଗକୁ ଜୁଆ ଏବଂ ସଟ୍ଟା କାରବାର ବର୍ତ୍ତମାନ ଜୋର ସୋରରେ ଚାଲିଛି ।

Leave a Reply

Your email address will not be published.