କଟକ ପୂଜା କମିଟିର ଦୁଇ ସଦସ୍ୟ ଗିରଫ

କଟକ, : ପୂଜା ଚାନ୍ଦା ଆଦାୟ କରି ଫସିଲା କଲେଜ ଛକ ପୂଜା କମିଟି । ୨ ଜଣ କର୍ମକର୍ତ୍ତାଙ୍କୁ ଗିରଫ କଲା ମାଲଗୋଦାମ ଥାନା ପୋଲିସ । ସରତ କୁମାର ବେହେରା ଓ ରାକେଶ ବେହେରା ଉଭୟଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଉକ୍ତ ଅଞ୍ଚଳର ଏକ ଷ୍ଟିଲ ବ୍ୟବସାୟୀକୁ ୧୩ ହଜାର ଟଙ୍କା ଚାନ୍ଦା ଆଦାୟ କରିବାକୁ ବାଧ୍ୟ କରିବାରୁ ମାଲଗୋଦାମ ଥାନାରେ ଗତକାଲି ଏତେଲା ହୋଇଥିଲା । ତେବେ ଏହି ମାମଲା ଆଧାରରେ ଆଜି କଲେଜ ଛକ ପୂଜା କମିଟିର ଦୁଇ ସଦସ୍ୟଙ୍କୁ କମିଶନରେଟ ପୋଲିସ ଗିରଫ କରିଛି ।

Leave a Reply

Your email address will not be published.