ତ୍ରିଲୋଚନ ଧଳଙ୍କ ପୈତୃକ ଘରେ ଭିଜିଲାନ୍ସ ଚଢ଼ାଉ

କଟକ, (ଭରତ ମହାରଣା): ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ନୂଆପଡା ସିଡିଭିଓ ତ୍ରିଲୋଚନ ଧଳଙ୍କ କଟକ ନରାଜ ଡାକବଙ୍ଗଳା ଛକ ନିକଟରେ ଥିବା ପୈତୃକ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ୩ ଜଣିଆ ସଦସ୍ୟ ବିଶିଷ୍ଟ ଏକ ଟିମ ଏହି ଚଢ଼ାଉ କରିଛି । ଚଢାଉ ସମୟରେ ନଗଦ ଟଙ୍କା, ବ୍ୟାଙ୍କ ଆକାଉଣ୍ଟ ସହ ଅନେକ ଗୁରୁତ୍ୱପୂର୍ଣ ଦସ୍ତାବିଜ ମଧ୍ୟ ଜବତ କରିଥିବା ଜଣାପଡିଛି । କଟକ‌ ନୂଆପଡାରେ ଥିବା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳଙ୍କ ଗାଡିରୁ ୨ ଲକ୍ଷ ୭୭ ହଜାର ଟଙ୍କା ଜବତ ହେବା ପରେ ଭିଜିଲାନ୍ସ ଟିମ ତାଙ୍କର କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସହ ନରାଜରେ ଥିବା ପୈତୃକ ଘରେ ଏକ କାଳୀନ ଚଢ଼ାଉ ଜାରି ରହିଛି ।

Leave a Reply

Your email address will not be published.