ବାରଙ୍ଗ, (ନାଗରାଜ ନ୍ୟୁଜ): ସବ୍ ଇନ୍ସପେକ୍ଟର ବିଚିତ୍ରାନନ୍ଦ ପ୍ରଧାନ ଓ ଅନ୍ୟ ଷ୍ଟାଫଙ୍କ ସହ ଦିବା ପେଟ୍ରୋଲିଂ କରୁଥିବା ସମୟରେ ଅରିଲୋ ଛକ ନିକଟରେ ଗୋଟିଏ ଟାଟା ଏସି ଗାଡ଼ି ସନେ୍ଦହଜନକ ଅବସ୍ଥାରେ ନରାଜ ଆଡୁ ଆସୁଥିବା ଦେଖି ତାକୁ ଅଟକାଇବା ପାଇଁ କହିଲେ । ସେ ଗାଡ଼ି ନ ଅଟକାଇ ଆହୁରି କ୍ଷୀପ୍ର ଗତିରେ ପଳାଇବା ପାଇଁ ଚେଷ୍ଟା କଲା । ପୁଲିସ୍ ଟିମ୍ ତାକୁ ଗୋଡ଼ାଇବାରେ ସେ ଟାଟା ଏସିକୁ ଛାଡ଼ିଦେଇ ଗୋଟେ ମଟର ସାଇକେଲରେ ଉକ୍ତ ଟାଟା ଏସିର ଡ୍ରାଇଭର ବସି ପଳାଇଗଲା । ଉକ୍ତ ଟାଟା ଏସି ଗାଡକୁୁ ପୁଲିସ ତନଖି କରିବାରୁ ୧୨ ଖଣ୍ଡ ସାଗୁଆନ ଗଣ୍ଡି ପାଇଥିଲା । ପୁଲିସ ଉକ୍ତ ଗାଡ଼ି ଓ କାଠକୁ ଜବତ କରି ଏକ ମାମଲା ରୁଜ୍ଜୁ କରିଛି ।