୧୫କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ଟିଟିଲାଗଡ/ସିନ୍ଧେକେଲା,(ନାଗରାଜ ନ୍ୟୁଜ):  ଟିଟିଲାଗଡ ସହର ନିକଟ ଦେସିଲଠାରୁ ପୁଲିସ ୧୫କିଲୋ ଗଞ୍ଜେଇ ଜବତ କରି ଜଣକୁ ଗିରଫ କରିଛି ଓ ଜଣେ ନାବାଳକକୁ ଅଟକ ରଖିଛି । ଗିରଫ ଯୁବକ ଜଣକ ମଣିଚୂଳ କୌଶଳ ବୋଲି ଜଣାପଡିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଦେସିଲଠାରେ ଗତକାଲି ସନ୍ଧ୍ୟାରେ ପୋଲିସ ଯାନବାହାନ ଯାଞ୍ଚ କରୁଥିଲା । ଏହି ସମୟରେ ବାଇକ୍‌ (ଓଡି ୦୩ ଜେ ୬୫୮୬)ରେ ଆସୁଥିବା ମଣିଚୂଳ ଓ ଉକ୍ତ ନାବାଳକକୁ ସନ୍ଦେହରେ ପଚରାଉଚରା କରିଥିଲା । ସେମାନେ ଧରିଥିବା ସୁଟକେସରୁ ୧୫ଟି ପ୍ୟାକେଟରେ ଥିବା ଉକ୍ତ ଗଞ୍ଜେଇ ଜବତ କରିଥିଲା । ଏହାର ମୂଲ୍ୟ ୪୦ ହଜାର ଟଙ୍କା ହେବ ବୋଲି ପୁଲିସ ଅନୁମାନ କରିଛି । ଗଞ୍ଜେଇ ଫୁଲବାଣୀ ଜିଲ୍ଲାରୁ ଟିଟିଲାଗଡ ଓ ପରେ ଟ୍ରେନ୍‌ ଯୋଗେ ତାମିଲନାଡୁ ଚାଲାଣ କରିବାର ଯୋଜନା ଥିବା ତଦନ୍ତରୁ ଜଣାପଡିଛି ।

Leave a Reply

Your email address will not be published.