ରାଜଗାଙ୍ଗପୁର ସହରରେ ୨୩ତମ କାରଗିଲ ବିଜୟଦିବସ ପାଳିତ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରରେ ଆଜି ୨୩ତମ କାରଗିଲ ବିଜୟଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ମାରାଥନ ଦୌଡ଼ ହେବା ସହିତ ପରମବୀର୍ ଚକ୍ର ବିଜେତା ବିକ୍ରମବାତ୍ରାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ଆଜିର ଦିନରେ ଦେଶର ସହୀଦ ବୀର ଯବାନ ଙ୍କ ସ୍ମରଣ ଉଦେଶ୍ୟ ରେ ଏହି ବିଜୟ ଦିବସ ପାଳନ କରାଯାଉଛି।୧୯୯୯ରେ ଭାରତ ପାକିସ୍ତାନ କୁ ଆଜିର ଦିନରେ କାରଗିଲ ଯୁଦ୍ଧରେ ପରାସ୍ତ କରିଥିଲା, ଏବଂ ଏଥିରେ ଅନେକ ବୀରଯବାନ ସହିଦ୍ ହୋଇଥିଲେ।୨୩ତମ କାରଗିଲ ବିଜୟଦିବସ ଅବସରରେ ଆଜି ରାଜଗାଙ୍ଗପୁର ସ୍ଥିତ ସରବତୀଦେବୀ ମହିଳା ମହାବିଦ୍ୟାଳୟ ଏବଂ ଡାଲମିଆ ମହାବିଦ୍ୟାଳୟ ର NCCଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ ଏକ ମାରାଥନ ଦୌଡ଼ ରାଲିରେ ଆୟୋଜନ କରାଯାଇଥିଲା। ଏହି ମାରାଥନ ଦୌଡ଼ ରାଲିକୁ ରାଜଗାଙ୍ଗପୁର ଉପନଗରପାଳ ଏମ୍ ଡି ଇରଫାନ୍ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ପରେ ଏହି ମାରାଥନ ଦୌଡ଼ ରାଲିଟି ବସ୍ ଟାଣ୍ଡଦେଇ ଥାନ ମୁଖ୍ୟ ରାସ୍ତା ଦେଇ ସୁବାଷଛକ୍ ଠାରେ ପହଞ୍ଚି ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ବିଜୁପଟ୍ଟନାୟକ ଛକଯାଇଥିଲେ। ସେଠାରେ ମଧ୍ୟ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ପରେ ପରମ୍ ବୀର ଚକ୍ର ବିଜେତା ବିକ୍ରମବାତ୍ରାଙ୍କ ଫଟୋଚିତ୍ର ରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।୧୯୯୯ମସିହାରେ ଦୀର୍ଘ ୬୦ଦିନର ଯୁଦ୍ଧପରେ ଭାରତ ପାକିସ୍ତାନ ମଧ୍ୟ ରେ ହୋଇଥିବା କାରଗିଲ ଯୁଦ୍ଧରେ ବିଜୟୀ ହୋଇଥିଲା ।

ଏଥିରେ ‌ଅନେକ ବୀରଯବାନ ସହିଦ୍ ହୋଇଥିଲେ। ବିକ୍ରମ ବାତ୍ରା ମଧ୍ୟ ସେମାନଙ୍କ ପରି ଜଣେ ସହିଦ୍ ଯବାନ ଥିଲେ।ଭାରତ ସରକାର ବିକ୍ରମବାତ୍ରାଙ୍କୁ ମରୋଣତର ସର୍ବୋଚ୍ଚ ପରବୀରଚକ୍ର ରେ ସମ୍ମାନୀତ କରିଛନ୍ତି। ଅନ୍ୟ ପକ୍ଷରେ ନିକଟରେ ବିକ୍ରମବାତ୍ରାଙ୍କ ଜୀବନୀ ଉପରେ ଆଧାରିତ ଏକ ଫିଲ୍ମ ମଧ୍ୟ ତିଆରି ହୋଇଥିବା ଜଣାଯାଏ। କାରଗିଲ ଯୁଦ୍ଧ ଦୀର୍ଘ ୬୦ଦିନର ଯୁଦ୍ଧପରେ ଆଜିର ଦିନରେ ବିଜୟ ଲାଭ ହୋଇଥିଲା।ଏହାକୁ ମନେରଖିବା ପାଇଁ ରାଜଗାଙ୍ଗପୁର ଡାଲମିଆ ମହାବିଦ୍ୟାଳୟ ର NCC ଅଧିକାରୀ ଲେଫନେଟ୍ ହମିଦ ସାର ଏବଂ ସରବତୀଦେବୀ ମହିଳା ମହାବିଦ୍ୟାଳୟ ରNCC ଅଧିକାରୀ ସୁସ୍ମିତା ଟପୋ, ଇନ୍ଦ୍ରଜିତ ସିଂ ଙ୍କ ସହିତ ଉଭୟ ମହାବିଦ୍ୟାଳୟ ର NCCଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ 

Leave a Reply

Your email address will not be published.