୩ ଗ୍ରାମ ଧଳା ଜହର ଜବତ, ୩ ଗିରଫ

ରାଜଗାଙ୍ଗପୁର, (ଦଶରଥ ପୋଡ଼): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରରେ ଆଜି ପୋଲିସକୁ ବଡଧରଣର ସଫଳତା ମିଳିଛି । ଖବର ଅନୁଯାୟୀ ଆଜି କୌଣସି ସୂତ୍ରରୁ ଖବର ପାଇ ରାଜଗାଙ୍ଗପୁର ପୋଲିସ ଲିପଲୋଇ ଛକ୍ ପାଖରେ ୩ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କାବୁ କରି ଥାନାକୁ ନେଇ ପଚରାଉଚରା କରାଥିଲା । ସେମାନଙ୍କ ଠାରୁ ୫ଗ୍ରାମ୍
୩୫୦ମିଲିଗ୍ରାମ ବ୍ରାଉନ ସୁଗାର, ୧୭୫୦୦ଟଙ୍କା, ୩ଟି ମୋବାଇଲ ଫୋନ ଏବଂ ଗୋଟିଏ ହିରୋହୋଣ୍ଡା ଡିଲକ୍ସ ମଟରସାଇକେଲ ଜବତ କରାଯାଇଛି ।

ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସମସ୍ତେ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାଯାଇଛି । ସୂଚନା ଥାଉକି ଦୁଇମାସ ମଧ୍ୟରେ ପୋଲିସକୁ ଦୁଇ ଥର ବଡ଼ ଧରଣର ସଫଳତା ମିଳିଛି । ଏହି ନିଶା ସେବନ କରି ରାଜଗାଙ୍ଗପୁରର ବହୁ ଯୁବପିଢି ଏହି ଅଞ୍ଚଳ ରେ ବହୁ ଅପରାଧରେ ଜଡ଼ିତ ରହୁଥିବା ଜଣାପଡିଛି ।

Leave a Reply

Your email address will not be published.