ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଅଞ୍ଚଳ ରେ ଦୀର୍ଘ ଦିନ ହେବ ସାଇକେଲ ଚୋରି ବଢ଼ିବାରେ ଲାଗିଥିଲା। ବିଶେଷ କରି ସାପ୍ତାହିକ ବଜାର, ରେଲୱେ ଷ୍ଟେସନ, ଡାକ୍ତରଖାନା, ବ୍ୟାଙ୍କ୍, ସ୍କୁଲ ନିକଟରୁ କେବଳ ଛୋଟ ସାଇକେଲ ସବୁ ଚୋରିହେଉଥିଲା।ଗତ୨୫ତାରିଖ ଦିନ ଭାଲୁଦୁମା ଗ୍ରାମର ନମିତା ବାରୁଆଙ୍କ ଛୋଟ ଲେଡିସ୍ ସାଇକେଲ ରାଜଗାଙ୍ଗପୁର ସାପ୍ତାହିକ ବଜାର ରୁ ଚୋରି ହେବାରୁ ସେ ସେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ରାଜଗାଙ୍ଗପୁର ପୋଲିସ ଏତଲା କୁ ଭିତ୍ତିକରି କେଶ୍ ନମ୍ବର 362 u/s379 ରେ ମାମଲା ଦାୟର କରିଥିଲେ । ଥାନା ଅଧିକାରୀ ବିବସ୍ଛ ପ୍ରଧାନ,ଏସ୍ଆଇ ଖଗପତି ବିଶ୍ବାଳ ଙ୍କ ଦ୍ଵାରା ଏକ ସ୍ବତନ୍ତ୍ର ଟିମ୍ ଗଠନକରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ପରେ ରାଉରକେଲା ମାଲଗୋଦାମ ଅଞ୍ଚଳରେ ଚଢାଉ କରି ଏମ୍ ଡି ନାଜିର ନାମକ ଜଣେ ବ୍ୟକ୍ତି କୁ ଗିରଫ କରି ଥାନାକୁ ଆଣି ପଚରାଉଚରା କରିବାରୁ ସେ ସାଇକେଲ ସବୁ ଚୋରି କରି ବିଭିନ୍ନ ସ୍ଥାନରେ ବିକ୍ରି କରିଥିବା ସ୍ବୀକାର କରିଥିଲା। ପରେ ପୋଲିସ ଅଭିଯୁକ୍ତକୁ ନେଇ କାନ୍ସବାହାଲ, ବେଦବ୍ୟାସ,କାଲୁଙ୍ଗା, ରାଉରକେଲା, ଲାଠିକଟା ପ୍ରଭୃତି ସ୍ଥାନରେ ଚଢାଉ କରି ୩୨ ଟି ଚୋରି ସାଇକେଲ ଉଦ୍ଧାର କରିଥିଲେ। ଅଭିଯୁକ୍ତ କୁ ଚୋରିଦଫାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ, ଚୋରି ସାଇକେଲ ର ଉପଯୁକ୍ତ ମାଳିକମାନଙ୍କୁ ଆବଶ୍ୟକ କାଗଜପତ୍ର ଦେଖି ସାଇକେଲ ଗୁଡିକୁ ପୋଲିସ ଆଜି ଫେରାଇ ଦେଇଛି। ଚୋରି ଯାଇଥବା ସାଇକେଲ ସବୁ ଫେରିପାଇଥିବାରୁ ମାଲିକ ମାନେ ରାଜଗାଙ୍ଗପୁର ପୋଲିସ କୁ ଭୂୟସୀ ପ୍ରଶଂସା କରିଥିଲେ ।
ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ