36ତମ ରାଜ୍ୟସ୍ତରୀୟ ଯୁବ ବାସ୍କେଟ୍ ବଲ ପ୍ରତିଯୋଗିତା ଅନୁଷ୍ଠିତ

କଟକ,(ନାଗରାଜ ନ୍ୟୁଜ): ଓଡ଼ିଶା ବାସ୍କେଟ୍ ବଲ ଆୟୋଜନରେ ଏବଂ କେଶବ ଫାଉଣ୍ଡେସନ ଓ ନବ ଜାଗରଣ ପ୍ରାୟୋଜିତ 36ତମ ରାଜ୍ୟସ୍ତରୀୟ ଯୁବ ବାସ୍କେଟ୍ ବଲ ପ୍ରତିଯୋଗିତା କଟକ ଜାବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଚାରିଦିନ ଧରି ଚାଲିବ।ରାଜ୍ୟର 16ଟି ଜିଲ୍ଲାରୁ 28ଟି ଦଳ ବାଳକ ବାଳିକା ମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି।ଏମାନଙ୍କ ମଧ୍ୟରୁ 14 ଟି ବାଳିକା ଦଳ ଅଛନ୍ତି। କଟକ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚଇନି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ।ବାସ୍କେଟ୍ ବଲ ପ୍ରଚାର ପ୍ରସାର ଉପରେ ଗୁରୁତ୍ଵ ଆରୋପ କରିଥିଲେ। ଏହି ଅବସରରେ ଜିଲ୍ଲା ପାଲ ଖେଳାଳି ମାନଙ୍କୁ ମୁଖ୍ୟତଃ ଖେଲୁଆଡ ମନୋଭାବ ଏବଂ ଦଳ ଗତ ପ୍ରଚେଷ୍ଟା ଉପରେ ଗୁରୁତ୍ବ ଆରୋପ କରିଥିଲେ। ଓଡ଼ିଶାର ସେକ୍ ଫାୟାଜ୍ ଆନ୍ତର୍ଜାତିକ ମ୍ୟାଚ୍ ଖେଲିଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରାମ୍ଭାରେ ଓଡ଼ିଶା ବାସ୍କେଟ୍ ବଲ ଆସୋସିଏସନର ସାଧାରଣ ସମ୍ପାଦକ ଅଶୋକ କୁମାର ସାହୁ ସ୍ଵାଗତ ଭାଷଣ ଦେଇ କହିଲେ ଏହି ପ୍ରତିଯୋଗିତାରୁ ଓଡ଼ିଶାରୁ ଯୁବ ଖେଳାଳୀ ମାନଙ୍କୁ ଚୟନ କରାଯାଇ ଓଡ଼ିଶାଦଳରୁ ପ୍ରତିନିଧିତ୍ଵ କରିବେ।ପ୍ରତିଯୋଗିତାରୁ ମନୋନୀତ ଖେଳାଳୀ ଚୟନ କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ଦେବାଲାଗି ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସରକାରୀ ସ୍ତରରେ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ଶ୍ରୀ ସାହୁ ଅନୁରୋଧ କରିଥିଲେ। ନବ ଜାଗରଣ ର ମୁଖ୍ୟ ଶରତ ଜେନା,କେଶବ ଫାଉଣ୍ଡେସନ ର ସଭାପତି ରଶ୍ମିତା ମିଶ୍ର, ଫାଉଣ୍ଡେସନ ର ଅଧ୍ୟକ୍ଷ ଲୋପାମୁଦ୍ରା ମିଶ୍ର,ସମ୍ପାଦିକା ଗୀତାଞ୍ଜଳି ବେଉରା,ଜିଲ୍ଲା କ୍ରୀଡା ଅଧିକାରୀ ରଶ୍ମୀରଂଜନ ସାମନ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.