ଅଙ୍ଗନବାଡି କେନ୍ଦ୍ରରୁ ଇଞ୍ଜେକସନ ଏବଂ ଔଷଧ ଖାଇ ୫ମାସର ଗର୍ଭବତୀ ଥିବା ମାନସିକ ବିକାରଗ୍ରସ୍ଥ ଯୁବତୀର ମୃତ୍ୟୁ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ଜୈନେକ ୫ମାସର‌ ଗର୍ଭବତୀ ଥିବା ମାନସିକ ବିକାରଗ୍ରସ୍ଥ ଯୁବତୀ ଅଙ୍ଗନବାଡି କେନ୍ଦ୍ରରୁ ଇଞ୍ଜେକସନ ଏବଂ ଔଷଧ ଖାଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଖବର ସଂଗ୍ରହ ରୁ ଜଣାଯାଇଛି ଯେ, ନୂଆଗାଁ ଗ୍ରାମର ବିନୋଦ ସିଂ ନାମକ ଜଣେ ଯୁବକ ଏହି ଯୁବତୀ କୁ ବାରମ୍ବାର ଦୁଷ୍କର୍ମ କରିଥିଲା। ଯାହାଫଳରେ ଯୁବତୀ ଜଣକ ୫ମାସର ଗର୍ଭବତୀ ହୋଇଥିଲା। ଏସମ୍ପର୍କରେ ଯୁବତୀ ନିଜ ପରିବାର ଲୋକଙ୍କୁ କହିବାରୁ ଗ୍ରାମରେ ଏକ ମିଟିଂ କରି ବିନୋଦ ସିଂଙ୍କୁ ମିଟିଂ କୁ ଡକାଯାଇଥିଲା । ହେଲେ ସେ ମିଟିଂ କୁ ନଆସିବାରୁ ଯୁବତୀ ର ପରିବାର ଗତ ୫ ତାରିଖଦିନ କୁତ୍ରା ଥାନା ରେ ବିନୋଦ ସିଂ ବିରୋଧ ରେ ଏକ ଲିଖିତ ଅଭିଯୋଗ କରିଥିଲେ। ପରେ କୁତ୍ରା ପୋଲିସ ତଦନ୍ତ କରି ବିନୋଦ ସିଂ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଅନ୍ୟ ପକ୍ଷରେ ଗତ ୧୬ତାରିଖଦିନ ଗର୍ଭବତୀ ଥିବା ସମ୍ପୃକ୍ତ ଯୁବତୀ କୁ ଗ୍ରାମର ଆଶାଦିଦି କୁଷ୍ମା ସୂରଜୁଲିଆ ଅଙ୍ଗନବାଡି କେନ୍ଦ୍ରକୁ ଆସିବାକୁ କହିଥିଲେ ।

ଯୁବତୀକୁ ଧରି ପରିବାର ଲୋକେ କେନ୍ଦ୍ର କୁ ଆସିବାରୁ ଏ ଏନ୍ ଏମ୍ (ନର୍ସ)ଲତା ଫତେ ଇଞ୍ଜେକସନ ଦେଇଥିଲେ, ପରେ ସନ୍ଧ୍ୟାରେ ସମୟରେ କୁଷ୍ମାସୁରଜୁଲିଆ ଆଶାଦିଦି କିଛି ଔଷଧ ନେଇ ଯୁବତୀ ଘରକୁ ଯାଇ ପରିବାର ଲୋକଙ୍କୁ ଔଷଧ ‌ଦେଇ କହିଥିଲେ ଯୁବତୀ ଖାଇସାରିବା ପରେ ଗୋଟିଏ ଔଷଧ ଖୁଆଇ ଦେବ। ପାଖାପାଖି ୭ଟାସମୟରେ ଯୁବତୀ ଖାଇସାରିବା ପରେ ପରିବାର ଲୋକେ ଆଶାଦିଦି ଦେଇଥିବା ଔଷଧ କୁ ଯୁବତୀ ଖୁଆଇ ଦେଇଥିଲେ। ସୁସ୍ଥ ଥିବା ଯୁବତୀ ଜଣକ ଔଷଧ ଖାଇବାର ୨/୩ଘଣ୍ଟା ପରେ ହଠାତ୍ ଅସୁସ୍ଥ ହୋଇ ମୂମୁର୍ଷ ହୋଇପଡ଼ିଥିଲେ। ପରେ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ କୁତ୍ରା ଡାକ୍ତର ଖାନାକୁ ନେଇ ଥିଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଏସମ୍ପର୍କରେ କୁତ୍ରା ଥାନାରେ ଏତଲା ଦେଇଥିଲେ। କୁତ୍ରା ପୋଲିସ ସାଙ୍ଗେ ସାଙ୍ଗେ ଶବଜବଦ କରି ରାଜଗାଙ୍ଗପୁର ଡାକ୍ତର ଖାନାକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। ସୁସ୍ଥ ଥିବା ଗର୍ଭବତୀ ମାନସିକ ବିକାରଗ୍ରସ୍ଥ ଯୁବତୀ ଅଙ୍ଗନବାଡି କେନ୍ଦ୍ରରୁ ଔଷଧ ଖାଇ ହଠାତ୍ ଅସୁସ୍ଥ ହୋଇ ମରିଯିବା ଘଟଣା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି । ପୋଲିସ ଏଦିଗରେ ଦୃଷ୍ଟି ଦେଇ ଠିକ୍ ଭାବରେ ତଦନ୍ତ କଲେ ପ୍ରକୃତ ଘଟଣା ଜଣାପଡିବ ବୋଲି ମତପ୍ରକାଶ ପାଉଛି ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ 

Leave a Reply

Your email address will not be published.