ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରରେ ରାଜଗାଙ୍ଗପୁର ପ୍ରେସକ୍ଳବତରଫରୁ ୭୫ତମ ଅମୃତ ମହୋତ୍ସବ ସହିତ ୭୬ତମ ସ୍ବାଧୀନତା ଦିବସ ପାଳନ କରାଯାଉଛି । ପ୍ରେସ କ୍ଳବ୍ ର ସମସ୍ତ ସାମ୍ବାଦିକ ବନ୍ଧୁ ଙ୍କ ସହିତ ବରିଷ୍ଠ ସାମ୍ବାଦିକ ଆଶିଷ କୁମାର ଶତପଥୀ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଶ୍ରୀ ଶତପଥୀ ସମସ୍ତ ସାମ୍ବାଦିକ ଭାଇମାନଙ୍କୁ ଅନୁରୋଧ କରିଥିଲେ ଯେ, ଅଞ୍ଚଳରେ ଯେଉଁ ଦୁର୍ନୀତି, ଅତ୍ୟାଚାର, ଭ୍ରଷ୍ଟାଚାର ବଢ଼ିଚାଲିଛି ସେ ବିରୋଧରେ ଆମେ ଖବର ପ୍ରସାରଣ କରୁଛେ । ସେହି ଖବରର ଶେଷ ପର୍ଯ୍ୟନ୍ତ ଆମକୁ ତଦାରଖ କରିବା ଉଚିତ ବୋଲି କହିଥିଲେ। ଏପରି କଲେ ଜଣେ ସାମ୍ବାଦିକ ଙ୍କ ମାନବଢିବା ସହିତ ଜନସାଧାରଣ ଉପକୃତ ମଧ୍ୟ ହେବେ। ଏହି ସ୍ବାଧୀନତା ଦିବସ ଅବସରରେ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ରାଜେଶ ଦାହିମା, ଦଶରଥ ପୋଡ଼,ରାମପ୍ରବଶଚୈଧିରୀ, ପ୍ରମୋଦ ସାମଲ,ରାଜାଖାନ, ତନ୍ମୟ ସିଂ ପ୍ରମୁଖ ଯୋଗ ଦେଇନିଜନିଜର ଅଭିଭାଷଣ ଦେଇଥିଲେ। ଅନ୍ୟ ପକ୍ଷରେ ରାଜଗାଙ୍ଗପୁର ସହରର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସହିତ ମୁନସିପାଲଟି ରେ ଧୁମ୍ ଧାମରେ ୭୫ତମ ଅମୃତ ମହୋତ୍ସବ ସହିତ ୭୬ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି ।
ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ