ଢେଙ୍କାନାଳ, (ନାଗରାଜ ନ୍ୟୁଜ): ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡୋଶି ଘର ଆଗରେ ଫୁଟାଇଲେ ଡିନାମାଇଟ । ଡିନାମାଇଟ ବିସ୍ପୋରଣରେ ଘରର ମୁଖ୍ୟ ଗେଟର ଗ୍ରିଲ ଭାଙ୍ଗିବା ସହ ଘରର କାନ୍ଥ ଓ ଛାତ ଫାଟି ଯାଇଛି। ଏଭଳି ଘଟଣା ଘଟିଛି ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗ୍ରାମରେ। ଗ୍ରାମର ବାଲୁଙ୍କେଶ୍ବର ଦେହୁରୀ ଓ ପଡୋଶି ରବି ପେଣ୍ଠେଇଙ୍କ ମଧ୍ୟରେ ଦିର୍ଘଦିନ ହେବ ପୁର୍ବ ଶତ୍ରୁତା ଲାଗିରହିଥିଲା । ଗତକଲି ଦିନ ବେଳା ମଧ୍ୟ ଉଭୟ ପରିବାର ମଧ୍ୟରେ ଝଗଡା ଲାଗି ରହିଥିଲା । ତେବେ କାଲି ରାତି ପ୍ରାୟ ୧୧.୦୦ ଟା ବେଳକୁ ବାଲୁଙ୍କେଶ୍ବର ଙ୍କ ପରିବାର ଖାଇପିଇ ଶୋଇବାରେ ବେଳେ ରବି ପେଣ୍ଠେଇଙ୍କ ଦୁଇ ପୁଅ ସାନ୍ତନୁ ଓ ଲିକୁନ୍ ବାଲୁଙ୍କେଶ୍ବରଙ୍କ ଘରେ ଡିନାମାଇଟ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ବିସ୍ପୋରଣରେ ଗ୍ରିଲ ଭାଙ୍ଗିବା ସହ କାନ୍ଥ ଓ ଛାତ ଫଟି ଯାଇଛି। ସୌଭାଗ୍ୟବସତଃ ପରିବାରର କୋଣସି କ୍ଷତି ହୋଇନାହିଁ । ବାଲୁଙ୍କେଶ୍ବର ଥାନାରେ ଲିଖିତ ଅଭିଯୋଗ ପରେ ରବି ପେଣ୍ଠେଇ ଓ ତାଙ୍କ ପୁଅ ସାନ୍ତୁନୁକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏବଂ ଲିକୁନ ଘଟଣାସ୍ଥଳରୁ ଫେରାର ଅଛି। ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।