ଏସସିବିରେ ଡାକ୍ତରଙ୍କ ଦ୍ଵାରା ଆକ୍ରମଣ କରିବା ଘଟଣା, ମଙ୍ଗଳାବାଗ ଥାନାରେ ମାମଲା ରୁଜୁ

କଟକ, (ନାଗରାଜ ନ୍ୟୁଜ): କଟକ ଏସସିବି ମେଡ଼ିକାଲରେ ଆଇନଜୀବୀ ସପନ କୁମାର ପାଲଙ୍କୁ ଡାକ୍ତରଙ୍କ ଦ୍ଵାରା ଆକ୍ରମଣ କରିବା ଘଟଣା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୭ ଜଣ ଡାକ୍ତରଙ୍କ ବିରୋଧରେ ମଙ୍ଗଳାବାଗ ଥାନାରେ ଅଭିଯୋଗ ଫର୍ଦ୍ଦ ରୁଜୁ କରାଯାଇଛି । ଏନେଇ ସତ୍ୟପାଠ ଜରିଆରେ ହାଇକୋର୍ଟରେ ଜଣେଇଲେ କଟକ ଡିସିପି। ଆଇନଜୀବୀଙ୍କୁ ଆକ୍ରମଣ ନେଇ ପ୍ରଥମେ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଥିଲା। କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆଇନଜୀବୀ। ତେବେ ଗତ ତିନି ବର୍ଷ ମଧ୍ୟରେ SCB ର ୩୦ ଜଣ ଡାକ୍ତରଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ରୁଜୁ ହୋଇଛି। ସୂଚନା ଦେଲେ ଆବେଦନକାରୀଙ୍କ ଆଇନଜୀବୀ ନିଶିକାନ୍ତ ମିଶ୍ର।

Leave a Reply

Your email address will not be published.