ପଞ୍ଚଦିନାତ୍ମକ ସଂସ୍କୃତ ସମ୍ଭାଷଣ ଶିବିର ଉଦଘାଟିତ

ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଡଗରପଡା ସ୍ଥିତ ବିବେକ ଭାରତୀ ସେବା ଶ୍ରମରେ ପଞ୍ଚଦିନାତ୍ମକ ସଂସ୍କୃତ ସମ୍ଭାଷଣ ଶିବିର ଆଶ୍ରମର ମୁଖ୍ୟ ସ୍ବାମୀ ଗଣେଶାନନ୍ଦ ପୁରୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଅଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନର ପ୍ରଚାରକ ଦୁଲାଲ କୁମାର ମିଶ୍ର ପ୍ରଶିକ୍ଷକ ଭାବେ ଯୋଗଦେଇ ସଂସ୍କୃତର ଆବଶ୍ୟକତା ଏବଂ ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ । ସେହିପରି ଆଶ୍ରମର ଗୁରୁଜୀ ପରମେଶ୍ବର ଅଗସ୍ତି ମଧ୍ୟ ପିଲାମାନଙ୍କ ମଧ୍ୟରେ ଥିବା ସଂସ୍କୃତର ମହନୀୟତା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଗୁରୁମା ଜୟନ୍ତୀ ଅଗସ୍ତି ସଂସ୍କୃତର ପରମ୍ପରା, ଗୁରୁଭକ୍ତି ଓ ସାମାଜିକ ଚଳନିରେ ସଂସ୍କୃତର ଆବଶ୍ୟକ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ଶିବିରରେ ୫୫ ଜଣ ଶିବିରାର୍ଥୀ ଯୋଗଦାନ କରିଥିଲେ । ଆଶ୍ରମର ଗୁରୁଜୀ ଜୟନ୍ତ ମଲ୍ଲିକ, ଗୁରୁମା ଭାଗ୍ଯଶ୍ରୀ ଦଳାଇ, ସଦାନନ୍ଦ ଭାରତ ଶିଅଳ ଏବଂ ଅନ୍ଯମାନେ ଉପସ୍ଥିତ ଥିଲେ । ଶେଷରେ ଅନୁଷ୍ଠାନର କର୍ମକର୍ତ୍ତା ଅଜୟ ପ୍ରଧାନଙ୍କ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.