ପୁରୀରେ ପହଁଚିଲା ଏଏସଆଇର ୪ ଜଣିଆ ଟିମ

ପୁରୀ, (ନାଗରାଜ ନ୍ୟୁଜ): ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପ କୁ ଅନୁଧ୍ୟାନ କରିବା ପାଇଁ ପୁରୀ ରେ ପହଁଚିଲା ଏଏସଆଇର ୪ ଜଣିଆ ଟିମ । ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ ନିର୍ମାଣ କାମ ର ଭିଡ଼ିଓ ଗ୍ରାଫି ଓ ଡକୁମେଣ୍ଟସନ କରି ଥିଲେ।ଏହା ସହ ଭରଚୁଆଲ ବୈଠକରେ ଏ ଏସ ଆଇ ଡିଜି ଙ୍କ ସହ କରିଥିଲେ ଆଲୋଚନା । ଜୁନ ୨୨ରେ ହାଇକୋର୍ଟରେ ଶୁଣାଣି ଥିବା ରୁ ତାହା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ଏ ଏସ ଆଇ । ସେପଟେ ଶ୍ରୀମନ୍ଦିରର ୧୦୦ ମିଟର ବାହାରେ ହେବ ଶ୍ରୀଜଗନ୍ନାଥ ରିସେପସନ ସେଣ୍ଟର । ଏହି ନିଷ୍ପତ୍ତି ନିଆଯାଇଛି ଗଜପତି ଙ୍କ ଅଧ୍ୟକ୍ଷତାରେ ବସିଥିବା କଲଚୁରାଲ ଆଡଭାଇଜରୀ କମିଟି । ଆଜି ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିର ବିକ୍ରମ ଯାଦବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପ୍ରକଳ୍ପ ର ସମୀକ୍ଷା କରିଥିଲେ ।ତେବେ ଏ ଏସ ଆଇ ଓ ଶ୍ରୀମନ୍ଦିର ପ୍ରଶାସନ ଆଜି ଭିନ ଭିନ ଭାବରେ ଯାଇ ପ୍ରକଳ୍ପ ଅନୁଧ୍ୟାନ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ପ୍ରକଳ୍ପ ଡିପିଆର ପରିବର୍ତ୍ତନ ନେଇ ଦୁଇ ଦିନ ତଳେ obcc ର ସମିଳନୀ କକ୍ଷ ରେ ଏହି ବୈଠକ ବସିଥିଲା । ଏହି ବୈଠକରେ ପୁରୀ ଜିଲାପାଳ ସମେତ ପ୍ରତ୍ନତତ୍ତ୍ୱବିଦ, ମଠ ମହନ୍ତ ଯୋଗ ଦେଇଥିଲେ । ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଆଉଟର ଆକ୍ସେସ ରୋଡ଼ ର ନିର୍ମାଣ ନେଇ ମଧ୍ୟ ନିଷ୍ପତ୍ତି ହୋଇଛି ।

Leave a Reply

Your email address will not be published.