ଜଗତପୁରରେ ପଶିଲେ ବଣୁଆ ହାତୀ ପଲ

କଟକ,(ନାଗରାଜ ନ୍ୟୁଜ): ଜଗତପୁରରେ ପଶିଲେ ବଣୁଆ ହାତୀ ପଲ । କଟକ ଜିଲ୍ଲା ଜଗତପୁର ଅଞ୍ଚଳରେ ତାଣ୍ଡବ ରଚିଛନ୍ତି ହାତୀପଲ । ଗତ ରାତିରେ ଜଗତପୁର ନିକଟ ବସ୍ତି ଅଞ୍ଚଳକୁ ପଶି ଆସିଥିଲେ ତିନି ବଣୁଆ ହାତୀ । ହାତୀ ଆକ୍ରମଣର ଶିକାର ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 3 ଜଣ ଆହତ ହୋଇଛନ୍ତି । ଅନେକ ଘର ଓ ଗାଡ଼ି ଭାଙ୍ଗି ଦେଇଥିବା ସୂଚନା ମିଳିଛି । ଅନ୍ୟପଟେ ତିନି ହାତୀଙ୍କ ମଧ୍ୟରୁ ଗୋଟିଏ ହାତୀର ମୃତ୍ୟୁ ଘଟିଛି । ନଦୀ ପାର ହେଉଥିବା ବେଳେ ହାତୀର ମୃତ୍ୟୁ ହୋଇଛି । ମହାନଦୀ ବ୍ୟାରେଜ ଗେଟରେ ହାତୀର ମୃତଦେହ ଲାଗି ରହିଥିଲା । ସକାଳୁ ଗେଟ ଖୋଲାଯିବାରୁ ମହାନଦୀରେ ହାତୀର ମୃତଦେହଟି ଭାସିଯାଇଛି । ମୃତ ହାତୀ ଟିକୁ ଉଦ୍ଧାର କରାଯାଇଛି।ଅନ୍ୟ ହାତୀମାନେ ସ୍ଥାନୀୟ ଅଞ୍ଚଳରେ ବିଚରଣ କରୁଛନ୍ତି। ଘଟଣାସ୍ଥଳରେ ବନ ବିଭାଗ ଟିମ ପହଞ୍ଚି ତଦନ୍ତ ଜାରି ରଖିଥିବାବେଳେ ହାତୀଙ୍କ ଉପରେ ନଜର ରଖିଛି । ହାତୀ ଆକ୍ରମଣ ପରେ ସତର୍କତା ଜାରି କରିଛି ବନ ବିଭାଗ ।ଏହି କାରଣରୁ ଜଗତପୁର ଗୋଲେଇ ଛକଠାରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ କେହି ଯାତାୟାତ ନ କରିବା କୁ ବନବିଭାଗ ପକ୍ଷରୁ ସତର୍କ କରାଯାଇଛି। ଆଜି ଜଗତପୁର ଅଞ୍ଚଳରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାର ସୂଚନା ମିଳିଛି।

Leave a Reply

Your email address will not be published.