T-20 ମ୍ୟାଚ୍ ପାଇଁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

କଟକ,(ନାଗରାଜ ନ୍ୟୁଜ): ଆସନ୍ତା ଜୁନ ୧୨ ତାରିଖ ଦିନ କଟକ ବାରବାଟି ଷ୍ଟାଡିୟମ୍ ଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ T ୨୦ ମ୍ୟାଚ୍ ପାଇଁ ଆଜି OCA କନ୍ ଫରେନ୍ସ ହଲ ଠାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ତିନି ବର୍ଷ ପରେ ବାରବାଟୀରେ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଅନୁଷ୍ଠିତ ହେଉଥିବାରୁ ଦର୍ଶକଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବାର ଆଶଙ୍କା ରହିଛି।ଏହି ପରିପେକ୍ଷ୍ୟିରେ ଦୁଇ ଦଳର ଖେଳାଳି ମାନଙ୍କର ସୁରକ୍ଷା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ସେହି ଭଳି ଶ୍ରୁଙ୍ଖଲିତ ଭାବରେ ମ୍ୟାଚ୍ ଟି ସମ୍ପନ୍ନ ହେବାପାଇଁ ବୈଠକ ଆଲୋଚନା କରାଯାଇଥିଲା।ଉଭୟ ଦଳର ଖେଳାଳି ମାନଙ୍କୁ କଡା ସୁରକ୍ଷା ବଳୟରେ ନେଟ ଅଭ୍ୟାସ ଓ ମ୍ୟାଚ୍ ପାଇଁ ବାରବାଟି ଷ୍ଟାଡିୟମ୍ କୁ ଅଣାଯିବ।ସେହି ଭଳି ଷ୍ଟାଡିୟମ୍ ର ସମସ୍ତ ଗ୍ୟାଲିର ଗୁଡ଼ିକ ସୁରକ୍ଷିତ ରଖାଯିବ।ମ୍ୟାଚ୍ ବେଳେ ଟ୍ରାଫିକ ବ୍ୟବସ୍ଥା ଏବଂ ଦର୍ଶକ ମାନେ ଶୃଙ୍ଖଳିତ ଭାବରେ ପଡ଼ିଆ ମଧ୍ୟରେ ପ୍ରବେଶ କରିବେ ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଇତି ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପୂର୍ଣ୍ଣ ଦର୍ଶକ ମଧ୍ୟରେ ମ୍ୟାଚ୍ ପାଇଁ ଅନୁମତି ପତ୍ର ପ୍ରଦାନ କରିଛନ୍ତି। ସେହି ଭଳି ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରାଯାଇଥିଲା ।

ଏହି ବୈଠକ ରେ ଓଡ଼ିଶା କ୍ରିକେଟ ଆସୋସିଏସନ୍ ର ସଭାପତି ପଙ୍କଜ ଲୋଚନ ମହାନ୍ତି,ସମ୍ପାଦକ ସଞ୍ଜୟ ବେହେରା, ରାଜ୍ୟ ସରକାରଙ୍କର କ୍ରୀଡା ବିଭାଗ ସଚିବ ଭିନିଲକ୍ରୀଷ୍ଣା, ସିଡିଏ ର ଉପାଧ୍ୟକ୍ଷ ଅନିଲ ସାମଲ, ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପିନାକ ମିଶ୍ର, ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ,ସି ଏମ ସି କିସମର ଅନନ୍ୟା ଦାସ,ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ଉଚ୍ଚ ପଦାଧିକାରୀ ମାନେ ବୈଠକ ରେ ଉପସ୍ଥିତ ରହି ମ୍ୟାଚ୍ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

Leave a Reply

Your email address will not be published.