ପୁରୀ, (ନାଗରାଜ ନ୍ୟୁଜ): ପୁରୀ ସମୁଦ୍ର ରେ ସମୁଦ୍ର ସ୍ନାନ ଦିନକୁ ଦିନ ଅସୁରକ୍ଷିତ ହେଉଥିବା ବେଳେ ଅନେକ ପର୍ଯ୍ୟଟକଙ୍କ ମୃତ୍ୟୁ ହେଉଛି । ଏହା ଉପରେ ରୋକ ଲଗାଇବା ଏବଂ ସୁରକ୍ଷିତ ସମୁଦ୍ର ସ୍ନାନ ନିମନ୍ତେ ପୁରୀ ଜିଲ୍ଲା ପ୍ରଶାସନ ଉପଯୁକ୍ତ ପଦକ୍ଷେପ ନେବା ଦାବି କରିଛି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ । ଏହି ପ୍ରସଂଗ କୁ ସଂଘ ପୁରୀ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛି । ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଙ୍ଘ କହିଛିଯେ ପୁରୀ ହେଉଛି ବିଶ୍ୱ ପର୍ଯ୍ୟଟନ ସ୍ଥଳୀ ପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ ସମେତ ମହଦଧି ରେ ସ୍ନାନ ନିମନ୍ତେ ହଜାର ହଜାର ପର୍ଯ୍ୟଟକ ପୁରୀ ଆସୁଛନ୍ତି । ହେଲେ ଦୁର୍ଭାଗ୍ୟ ର ବିଷୟ ସମୁଦ୍ର ରେ ଗାଧୋଇବା ନେଇ ସତର୍କତା ଓ ସଚେତନତା ବାର୍ତା ଥିବା ସାଇନ ବୋର୍ଡ ନାହିଁ ସମୁଦ୍ର କୁଳ ରେ । ସେହିପରି କୌଣସି ଅଘଟଣ ଘଟିଲେ ଅବଶ୍ୟକ ମୁତାବକ ଲାଇଫ ଗାର୍ଡ ନାହାନ୍ତି ବେଳାଭୂମି ରେ । ଫଳରେ ଅନେକ ନିରୀହ ପର୍ଯ୍ୟଟକଙ୍କ ଜୀବନ ଚାଲି ଯାଉଥିବା ବେଳେ ପୁରୀ ଏଥିପାଇଁ ସୁନାମ ହରାଉଛି। ଏଣୁ ତୁରନ୍ତ ପ୍ରଶାସନ ଏକ ସ୍ୱତନ୍ତ୍ର ଟିମ କରି ପୁରି ସମୂଦ୍ର କୂଳ ରେ ସର୍ଭେ କରି କେଉଁ ସ୍ଥାନରେ ସୁରକ୍ଷିତ ସ୍ନାନ ହୋଇ ପାରିବ ପର୍ଯ୍ୟଟକ ଙ୍କ ପାଉଁ ସାଇନ ବୋର୍ଡ ଏବଂ ସଚେତନତା ବାର୍ତା ଦେବାକୁ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ ଜିଲାପାଳ ଙ୍କ ନିକଟରେ ଦାବି ଜଣାଇଛି ।