ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ସିଡ଼ିରୁ ପଡି ଡାକ୍ତରୀ ଛାତ୍ର ଆହତ

ପୁରୀ, (ନାଗରାଜ ନ୍ୟୁଜ): ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ସିଡ଼ିରୁ ପଡି ଡାକ୍ତରୀ ଛାତ୍ର ଆହତ।ଆହତ ଛାତ୍ର ହେଲେ ଏମବିବିଏସr ପ୍ରଥମ ବର୍ଷର ଛାତ୍ର ବିହାର ଚମ୍ପାଗଡ଼ ର ବିଶାଲ କୁମାର । ଆଜି ସକାଳେ କ୍ଲାସ ସାରି ଫେରିବା ବେଳେ ମାଙ୍କଡ଼ ଗୋଡାଇବାରୁ ପଡିଗଲେ । ସିଡିରୁ ଖସି ପଡି ଗୋଡ଼ରେ ଆଘାତ ଲାଗିଛି । ଦୁଇ ଗୋଡ଼ର ପାଦ ହାଡ଼ ଭାଙ୍ଗି ଯାଇଥିବାରୁ ଗୁରୁତର ଅବସ୍ଥାରେ ପୁରୀ ମେଡିକାଲରେ ଭର୍ତି କରି ଚିକିତ୍ସା କରାଯାଉଛି ।ତେବେ ଛାତ୍ର ଜଣଙ୍କ ସୁସ୍ଥ ଥିବା ବେଳେ ସେଭଳି ବିପଦ ନାହିଁ ବୋଲି କହିଛନ୍ତି କଲେଜ ର ସୁପ୍ରିଟେଣ୍ଡେନ୍ତ ।

Leave a Reply

Your email address will not be published.