କଟକ,(ନାଗରାଜ ନ୍ୟୁଜ): କଟକ ମହାନଗର ନିଗମର କାଉନସିଲ୍ ବୈଠକ କଟକ ମେୟର ସୁବାସ ସିଂ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଟକ ସିଏମସି କମିଶନର ନିଖିଲ ପବନ୍ କଲ୍ୟାଣ , ଡେପୁଟି ମେୟର ଦମୟନ୍ତୀ ମାଝୀ ଙ୍କ ସମେତ କଟକ ର ୫୯ ଟି ୱାର୍ଡ ର କର୍ପୋରେଟର, ବିଧାୟକ ପ୍ରତିନିଧି ଓ ମହାନଗର ନିଗମର ଅଧିକାରୀ ମାନେ ଉପସ୍ଥିତ ଥିଲେ।କଟକ ମହାନରନିଗମ ନିଗମର କାଉନସିଲ୍ ବୈଠକରେ ଯନ୍ତ୍ରୀ ମାନଙ୍କର ମନମୁଖୀ କାର୍ଯ୍ୟ ଉପରେ ଅସନ୍ତୋଷ ପ୍ରକାଶ କଲେ ବିରୋଧୀ ଦଳର କର୍ପୋରେଟର । ଅନ୍ୟପଟେ ମହାନଗର ନିଗମର ଆୟ ୫୦ କୋଟିରୁ ୧୦୦ କୋଟି କରିବାକୁ ଯୋଜନା।ମଧୁ ସମାଧି ପୀଠ ଗୋରାକବରରେ ଏକ ପାର୍କ ନିର୍ମାଣ କରାଯିବ । ସହରରେ କଲ୍ୟାଣମଣ୍ଡପ ଗୁଡ଼ିକର ଆଧୁନିକୀକରଣ କରାଯିବ ବୋଲି କଟକ ମେୟର ସୁବାସ ସିଂ ଙ୍କ ସୂଚନା ଦେଇଛନ୍ତି।