ସ୍ବର୍ଗତା ଶିଶିରକାନ୍ତି ପରିଡାଙ୍କ ସ୍ମୃତିସଭା ଅନୁଷ୍ଠିତ

ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ପ୍ରତାପପୁର ଗ୍ରାମର କବି ସୁରେନ୍ଦ୍ରନାଥ ପରିଡାଙ୍କ ଧର୍ମପତ୍ନୀ ସ୍ୱର୍ଗତା ଶିଶିରକାନ୍ତି ପରିଡାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ସ୍ମୃତି ସଭା ପ୍ରତାପପୁର ସ୍ଥିତ ବାସଭବନରେ ତା ୦୯/୫/୨୨ ରିଖ ସୋମବାର ଅପରାହ୍ନରେ ଅନୁଷ୍ଠିତ ହେଇଯାଇଛି। କବି ଓ ଶିକ୍ଷକ ନଳିନୀ କାନ୍ତ ପାଢ଼ୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ବାଲିଆପାଳର ବରିଷ୍ଠ କବି ବିଜୟ କୁମାର ପାତ୍ର ମୁଖ୍ୟ ଅତିଥି, ନାଟ୍ୟକାର ଓ କବି ରବୀନ୍ଦ୍ର ଦତ୍ତ ମୁଖ୍ୟ ବକ୍ତା, କବି ଓ ଶବ୍ଦକୁଞ୍ଜର ପ୍ରତିଷ୍ଠାତା ସମ୍ପାଦକ କାର୍ତ୍ତିକ ସେଠି, ଲଷ୍ମୀଧର ପରିଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତା ପରିଡାଙ୍କ ବହୁମୁଖୀ ଗୁଣାବଳୀ ବିଷୟରେ ଆଲୋଚନା କରିଥିଲେ । ପ୍ରଥମେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସାଇପ୍ରଭା ଆଦକ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବାବେଳେ ସୁରେନ୍ଦ୍ରନାଥ ପରିଡା ମଞ୍ଚ ଆବାହନ କରିଥିଲେ । ସ୍ୱାଗତ ସଙ୍ଗୀତ ଲଷ୍ମୀପ୍ରିୟା ପରିଡା ଗାୟନ କରିଥିଲେ । ପରେ ମାତା ଓ ପିତାଙ୍କ ଉପରେ ଏକ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହେଇଥିଲା । ବିଷ୍ଣୁପ୍ରିୟା ମହାପାତ୍ର, ରଞ୍ଜିତା ବେହେରା, ଲଷ୍ମୀପ୍ରିୟା ପରିଡା, କାବେରୀ ବାରିକ ପ୍ରମୁଖ ସ୍ୱରଚିତ କବିତା ପାଠକରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଭବାନୀ ଶଙ୍କର ପରିଡା, ଉମାଶଙ୍କର
ପରିଡା, ଦେବସ୍ମିତା ପରିଡା, ସୁଧାମୟୀ ପରିଡା, ଜ୍ୟୋତିର୍ମୟୀ ପରିଡା, ରଶ୍ମିତା ପରିଡା, ମନୋଜ ପରିଡା ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ଶ୍ରଦ୍ଧାଞ୍ଜଳି ପୁସ୍ତକକୁ ଅତିଥିମାନେ ଲୋକାର୍ପଣ କରିଥିଲେ । ଶେଷରେ ଭବାନୀ ଶଙ୍କର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.