ଆଞ୍ଚଳିକ ବ୍ରାହ୍ମଣ ସମିତି ତରଫରୁ ସ୍ମୃତିଚାରଣ ସଭା ଅନୁଷ୍ଠିତ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ଆଞ୍ଚଳିକ ବ୍ରାହ୍ମଣ ସମିତି ତରଫରୁ ଅଦ୍ଯ ତା ୧୩/୭/୨୨ ରିଖ ବୁଧବାର ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ ବେଗୁନିଆ ଗ୍ରାମରେ ସ୍ବର୍ଗତ ଏ.ସି.ଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ନିମନ୍ତେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସମିତିର ସ୍ଥାୟୀ ସଭାପତି କୃଷ୍ଣ ଚନ୍ଦ୍ର ପତ୍ରୀଙ୍କ ପରୌହିତ୍ବରୋ ଅନୁଷ୍ଠିତ ସଭାରେ ବୁଦ୍ଧିରାମ ପାଣିଗ୍ରାହୀ, ସଂର୍କିର୍ତ୍ତନପଣ୍ଡା, ପଦ୍ମଲାଭ ପଣ୍ଡା, ଅଭିମନ୍ୟୁ ପଣ୍ଡା, ଜନ୍ମେଜୟ ପଣ୍ଡା, ଅଭିରାମ ମହାପାତ୍ର, ଉମେଶ ଚନ୍ଦ୍ର ନାୟକ,ଦେବେନ୍ଦ୍ର କୁମାର ରାଉତ, ନିରଞ୍ଜନ ବେହେରା, ଚିନ୍ତାମଣି ସାହାଣୀ, କୈଳାସ ଚନ୍ଦ୍ର ପୃଷ୍ଟି, ଗଗନ ବିହାରୀ ପଣ୍ଡା, ଡମ୍ବରୁଧର ମହାନ୍ତି, ଜଗବନ୍ଧୁ ବାରିକ, ଅରୁଣ କୁମାର ଦାସ, ସୁବାଶିଷ ଜେନାଙ୍କ ଉପସ୍ଥିତରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ବାପା ଅଭିରାମ ମହାପାତ୍ର ଆଜକୁ ଏକବର୍ଷରୁ ଅଧିକ ସମୟ ଧରି ପୋଲିସ, କ୍ରାଇମବ୍ରାଞ୍ଚ ଓ ଓଡିଶା ସରକାରଙ୍କ ଠାରୁ କୌଣସି ନ୍ଯାୟ ପାଇଲେ ନାହିଁ, ସିବିଆଇ ଦ୍ବାରା ତଦନ୍ତ କରାଗଲେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିବ ବୋଲି ଦୃଢ ବିଶ୍ୱାସ ଥିବା କହିଥିଲେ । ତେଣୁ ଏଦିଗରେ ସରକାର ଯତ୍ନବାନ ହେବା ନିହାତି ଦରକାର ବୋଲି ଉପସ୍ଥିତ ବ୍ରାହ୍ମଣ ସମାଜ ଉପଲବ୍ଧି କରିଥିଲା ।

ବାଲେଶ୍ଵର ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.