ପୁରୀ ସମୁଦ୍ରକୂଳରେ ନାବାଳକକୁ ନିର୍ଯାତନା

ପୁରୀ : ଆଜି ପୁରୀ ସମୁଦ୍ରକୂଳରେ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ l ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ରୁ ଆସିଥିବା ଜଣେ ମା ନିଜ ସ୍ୱାମୀର ମୃତ୍ୟୁ ପରେ ଆସି ଅନ୍ୟ ଏକ ପୁରୁଷ ସାଙ୍ଗରେ ସମ୍ପର୍କ ରଖି ପୁରୀ କୁ ଆସିଛନ୍ତି l କିନ୍ତୁ ଏକ ଦୁଃଖର ବିଷୟ ସେ ଆଗୁଆ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି l ସେହି ପିଲାର ନାମ ହେଉଛି ଶ୍ରୀକାନ୍ତ ବୟସ (୭ରୁ ୮ ବର୍ଷ ) ଭିତରେ ବୋଲି ଅନୁମାନ କରାଯାଉଛି l କିନ୍ତୁ ଜନ୍ମ ଦେଇଥିବା ମା ଏବଂ ଅନ୍ୟ ଏକ ପୁରୁଷ ଜଣକ ପ୍ରାୟ ଚାରି ରୁ ପାଞ୍ଚ ଦିନ ହେବ ଏହି ନିରୀହ ନାବାଳକ କୁ ନିର୍ଯାତନା ଦେଇ ଆସୁଛନ୍ତି l ପରେ ସେଠାରେ ଥିବା କିଛି ସ୍ଥାନୀୟ ଲୋକେ ଦେଖି ସେହି ନାବାଳକ କୁ ଉଦ୍ଧାର କରିଥିଲେ l ତାପରେ ଯୁବସମାଜ ସେବୀ ତଥା ସାମ୍ବାଦିକ ଜି.ବାପି ଙ୍କୁ ସେହି ସ୍ଥାନରେ ଉପସ୍ଥିତ ଥିବା ଏ. ଆଦିତ୍ୟ ଓ ରାଜକିଶୋର ମହାନ୍ତି ଏହି ଦୁଇ ଜଣ ବ୍ୟକ୍ତି ଫୋନ ଯୋଗେ ଯୋଗାଯୋଗ କରିଥିଲେ ପରେ ସାମ୍ବାଦିକ ଜି. ବାପି ଚାଇଲ୍ଡ୍ ଲାଇନ୍ କୁ ଫୋନ ଯୋଗେ ଯୋଗାଯୋଗ କରିବା ପରେ ଘଟଣା ସ୍ଥଳରେ ଚାଇଲ୍ଡ୍ ଲାଇନ୍ ର କର୍ମଚାରୀ ପହଂଚି ପିଲାର ମା ସହ କଥା ବାର୍ତ୍ତା ହୋଇଥିଲେ l ଶେଷରେ ସେହି ପିଲାକୁ ସେହି ସ୍ଥାନରୁ ଉଦ୍ଧାର କରିଥିଲେ ପରେ ଚାଇଲ୍ଡ୍ ଲାଇନ୍ ର ଆମ୍ବୁଲାନ୍ସ ଯୋଗେ ସେହି ପିଲାକୁ ସେହି ସ୍ଥାନରୁ ନେଇଯାଇଥିଲେ l

Leave a Reply

Your email address will not be published.