ୟୁକୋ ବ୍ୟାଙ୍କ ମ୍ୟାନେଜରଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦେଓଗାଁ ୟୁକୋ ବ୍ୟାଙ୍କ ଶାଖାରେ ତ୍ରିଲୋଚନ ମଲିକ ଶିନୀୟାର ମ୍ୟାନେଜର ଦେଓ ଗାଁ ୟୁକୋ ବ୍ୟାଙ୍କ ଶାଖା ଙ୍କର ଅବସର କାଳୀନ ବିଦାୟ ସମ୍ଭର୍ଦ୍ଧନା ଅନୁଷ୍ଠିତ ହୋଇଛି  l ସେ ଜଣେ ଦକ୍ଷ ଶାଖା ପରିଚାଳକ ସହିତ ଶଚ୍ଚୋଟ ମେଳାପୀ କର୍ମୀ ଥିଲେ, ବିଭିନ୍ନ ଶାଖାରେ କାର୍ଯ୍ୟକରୀ ବହୁ ଲୋକଙ୍କ ର ପ୍ରିୟପାତ୍ର ହୋଇପାରିଥିଲେ l ତାଙ୍କ ବିଦାୟ କାଳୀନ ସଭାରେ ଉପସ୍ଥିତ ଥିବା ବ୍ୟକ୍ତି ବିଶେଷ ମାନେ ଦୁଃଖ ପ୍ରକାଶ କରି ଶ୍ରୀ ମଲିକ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ତାଙ୍କ ବିଦାୟ ରେ ବ୍ୟାଙ୍କ ଜଣେ ଭଲ କର୍ମଚାରୀ ର ସେବାରୁ ବଞ୍ଚିତ ହେଲାବୋଲି ପ୍ରକାଶ କରିଥିଲେ l ଶେଷରେ ଶ୍ରୀ ପ୍ରଦୀପ କୁମାର ମିଶ୍ର ମ୍ୟାନେଜର ସଭା ପରିଚାଳନା କରିବା ଶହ ଧନ୍ୟବାଦ ଅର୍ପଣ କରିଥିଲେ l

ଢେଙ୍କାନାଳରୁ ସୋମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.