ରେଶବ ରାଉତରାୟଙ୍କ ଏକାଦଶରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଚନ୍ଦକା,(ନାଗରାଜ ନ୍ୟୁଜ): ବିଏମସି ଅଳିଆ ଗାଡି ଧକ୍କାରେ ମୃତ ବରଣ କରିଥିବା ରେସବ ରାଉତରାୟଙ୍କ ଗତ କାଲି ରାତ୍ରରେ ଥିଲା ଏକାଦଶ ପାଳନ |ଏହି ଅବସରରେ ରେସବ ସହପାଠୀ ସାଙ୍ଗ ଓ ବନ୍ଧୁ ପରିଜନ ମାନେ ସାଧ୍ୟରେ ତାଙ୍କ ବରଛକ ବାସଭବନ ଠାରୁ ଏକ ମହମବତି ଶୋଭା ଯାତ୍ରା କରିଥିଲେ | ଦାରୁଠେଙ୍ଗ ଗ୍ରାମ ପରିକ୍ରମା କରିଥିଲେ |ରମେବ ଅମର ରହେ ରେ ଗ୍ରାମ ଏକ ପ୍ରକାର ଶୋକକୋଳ ପରିବେଶ ସୃଷ୍ଟି ହୋଇଥିଲା | ଅମର ଆତ୍ମାର ସଦ୍ଗତି କାମନା କରିବା ପାଇଁ ଏକ ଗୀତାଞ୍ଜାନ ଉଚ୍ଚବ୍ ଅନୁଷ୍ଟିତ ହେଉଥିଲା | ଗୁରୁ ପ୍ରଫୁଲ ମହାରାଜା ଅଧ୍ୟକ୍ଷ. ଭୁବନେଶ୍ବର ଆନୁକୁଲ୍ୟରେ ଚାରି ଘଣ୍ଟା ଭାଗବତ ପାଠ ଚକ୍ର ଆଲୋଚନା ହୋଇଥିଲା |ଆଜି ଠାରୁ ବରସାହି କୋଠ ଘରେ ଭାଗବତ ପାଠ ପଢିବା ପାଇଁ ସମସ୍ତ ଉପକରଣ ରେସବ ପରିବାର ତରଫରୁ ଯୋଗାଇ ଦିଆଯାଇଛି | ରେସବ ପ୍ରଶାନ୍ତ ରାଉତରାୟଙ୍କ ଏକ ମାତ୍ର ପୁତ୍ର ଥିଲେ |

ଏକ ଯୌଥ ପରିବାରରେ ରେସବକୁ ହରାଇ ଭାଙ୍ଗି ପଡ଼ିଥିଲେ | ସାମୁହିକ ଭାବରେ ବେଦ ପାଠ ମନ୍ତ୍ର ଉଚାଋଣରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ | ଗ୍ରାମର ବହୁ ମୁରବୀ ଯଥା ପୁର୍ବତନ ସରପଂଚ ପ୍ରଶାନ୍ତ ରାଉତରାୟ, ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ, ବ୍ଲକ ଉପାଧ୍ୟକ୍ଷ ଅଜିତ୍ କୁମାର ଶ୍ରୀଚନ୍ଦନ, ସମାଜସେବୀ ସଂଗ୍ରାମ ପ୍ରଧାନ, ପୁର୍ବତନ ସମିତି ସଭ୍ୟ ଅକ୍ଷୟ କୁମାର ପାହାଡ଼ସିଂହ, ବାଲୁଙ୍କେଶ୍ଵର ମନ୍ଦିର କମିଟି ସମ୍ପାଦକ ତପନ ବଳିଆରସିଂହ, ପୁର୍ବତନ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ, ଲୁଲୁ ବଡଜେନା, ଡାକ୍ତର ବେହେରା, ସୁଦୀପ୍ତ କୁମାର ରାୟ, ପିଣ୍ଡିକ ସ୍ମୃତି କମିଟି ସଭାପତି କବିରାଜ ବିଧାର ଉପସଭାପତି ଅମରେନ୍ଦ୍ର ମହାପାତ୍ର. ସାମ୍ବାଦିକ ପ୍ରଦୀପ କୁମାର ସ୍ୱାଇଁ, ଅଧ୍ୟାପକ ମାଲ୍ୟବନ୍ତ ରାଉତରାୟ, ଧନୁଧର ସୁନ୍ଦରାୟ ପ୍ରମୁଖ ଏକାଦଶରେ ଯୋଗଦେବା ସହ ଶୋକାକୁଳ ପାଇବାକୁ ସାନ୍ତ୍ୱନା ଦେଇଥିଲେ | ଦାଦା ଟୁଟୁ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published.