ବାରଙ୍ଗ ପ୍ରେସ କ୍ଲବ ତରଫରୁ ସ୍ୱର୍ଗତ ଅରିନ୍ଦମ ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ଗତକାଲି ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଓଡ୍ରାଫ ବୋର୍ଟ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିଲା । ତାଙ୍କ ସ୍ମୁତିରେ ଓଡିଶା ୱେଲ ଫାୟାର ଆସୋସିଏସନ ତରଫରୁ ବାରଙ୍ଗ ପ୍ରେସ କ୍ଲବ ଠାରେ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି । ପ୍ରେସ କ୍ଲବ ସଭାପତି ଲିଙ୍ଗରାଜ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ କାର୍ୟ୍ୟକ୍ରମରେ ଓଡିଶା ୱେଲ ଫାୟାର ଆଶୋସିଅସନର ଉପସଭାପତି ସଞ୍ଜୟ କୁମାର ମହାନ୍ତି, ସାମ୍ବାଦିକ ରୁଦ୍ରନାରାୟଣ ସଢଙ୍ଗି, କମଳାକାନ୍ତ ନାୟକ, ଜଗନ୍ନାଥ ଭଞ୍ଜ, ପ୍ରକାଶ ସାହୁ, ତ୍ରିଲୋଚନ ଦାସ, ଦେବେନ୍ଦ୍ର ସାହୁ, ସଂଗ୍ରାମ ଦାସ, ପ୍ରସାନ୍ତ ସାହୁ ଓ ଦୁସ୍ମନ୍ତ ଜେନା ପ୍ରମୁଖ ପ୍ରେସ କ୍ଲବ କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇ ସ୍ୱର୍ଗତ ସାମ୍ବାଦିକଙ୍କ ସୃତି ଚାରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକସନ୍ତକ ପରିବାରକୁ ଜଗତର ନାଥ ଜଗନ୍ନାଥ ସହାୟ ହୁଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ ।

Leave a Reply

Your email address will not be published.