ପୁରୀ, (ନାଗରାଜ ନ୍ୟୁଜ): ସାହିଭାଇ ଅନୁଷ୍ଠାନ ପକ୍ଷରୁ ଗତ ୩ ବର୍ଷ ପୂର୍ବେ ଗୋବିନ୍ଦ ଦ୍ୱାଦଶୀ ତିଥିରୁ ଜଗତଗୁରୁ ଶ୍ରୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଙ୍କ ମାର୍ଗଦର୍ଶନ ରେ ନିଜ ପବିତ୍ରତା ପାଇଁ ସରାବିଶ୍ଵ ରେ ସ୍ଵତନ୍ତ୍ର ସ୍ଥାନ ଗ୍ରହଣ କରିଥିବା ଶ୍ରୀକ୍ଷେତ୍ର ଧାମର ପଞ୍ଚ ତୀର୍ଥ ପୁଷ୍କରିଣୀ ମାନଙ୍କ ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି । ପ୍ରତ୍ୟୁକ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ବାଲିସାହି ସ୍ଥିତ ସ୍ଥାନୀୟ ନୀଳମାଧବ ବିନାୟକ ସମିତି ସହଯୋଗରେ ସ୍ୱେତଗଙ୍ଗା ପୁଷ୍କରିଣୀ ସଂକ୍ରାନ୍ତି ତିଥିରେ ମଧୁବନ ସ୍ଥିତ ଜିବନଯ୍ୟୋତି ଗ୍ରୁପ ସହଯୋଗରେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଏବଂ ଶୁକ୍ଳ ସପ୍ତମୀ ତିଥିରେ ମାର୍କଣ୍ଡେୟ ସାହି ସ୍ଥିତ ସାଥି ସଂଘ କ୍ଲବ ସହଯୋଗରେ ମାର୍କଣ୍ଡେୟ ପୁଷ୍କରଣୀ ତଟରେ ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଅଛି । ସହର ମଧ୍ୟରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରଣୀ ମାନଙ୍କ ସୁରକ୍ଷା ଏବଂ ପବିତ୍ରତାକୁ ଅକ୍ଷୁର୍ଣ୍ଣ ରଖିବା ସହିତ ଶ୍ରୀକ୍ଷେତ୍ର ର ସଂସ୍କୃତି ପରମ୍ପରାକୁ ସୁଦୂର ପ୍ରସାର କରିବା ହିଁ ଏହି ଆଳତି କାର୍ଯ୍ୟକ୍ରମ ର ଉଦେଶ୍ୟ । ଏହି ପରିପ୍ରେକ୍ଷୀରେ ଗୋବିନ୍ଦ ଦ୍ୱାଦଶୀ ଅବସରରେ ତୀର୍ଥ ଆଳତି କାର୍ଯ୍ୟକ୍ରମ ର ତୃତୀୟ ବାର୍ଷିକ ଉତ୍ସବ ବାଲିସାହି ସ୍ଥିତ ପବିତ୍ର ସ୍ଵେତଗଙ୍ଗା ତୀର୍ଥ ପୁଷ୍କରିଣୀ ତଟରେ ଅନୁଷ୍ଠିତ ହୋଇଯାଇଛି ।ବୈଦିକ ପଣ୍ଡିତ ମାନଙ୍କ ମନ୍ତ୍ରୋଉଚାରଣ ସହ ଭକ୍ତ ମାନଙ୍କ ହରିବୋଲ ହୁଳହୁଳି ଶବ୍ଦରେ ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ ବିଚିତ୍ରାନନ୍ଦ ମିଶ୍ରଙ୍କ ନିର୍ଦ୍ଦେଶନାରେ ପଣ୍ଡିତ ଗୌରୀଶଙ୍କର ଦାସଙ୍କ ସହଯୋଗରେ ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପବିତ୍ର କାର୍ଯ୍ୟକ୍ରମ ଅବସରରେ ଜଗନ୍ନାଥ ସଂସ୍କୃତି ଗବେଷକ ଡଃ ସୁରେନ୍ଦ୍ର ମିଶ୍ରଙ୍କ ସଭାପତିତ୍ବରେ ବିଭିନ୍ନ ସଂସ୍କୃତି ଗବେଷକ ,ବୁଦ୍ଧିଜୀବୀ,ପଣ୍ଡିତ ମାନଙ୍କୁ ନେଇ “” ଶ୍ରୀକ୍ଷେତ୍ର ରେ ସ୍ୱେତଗଙ୍ଗା””ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଶ୍ରୀମାନ ବ୍ରଜବନ୍ଧୁ ମହାରଣା ଏବଂ ସମ୍ପାଦକ ଚନ୍ଦ୍ରଶେଖର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସମସ୍ତ କାର୍ଯ୍ୟ ପରିଚାଳନା ହୋଇଥିଲା ।ଶେଷରେ ଅନୁଷ୍ଠାନର ସଦସ୍ୟ ଲକ୍ଷ୍ମୀଧର ପଣ୍ଡା କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତିବିଶେଷ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ପୁରୀରୁ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ