ଆମ୍ ଆଦମୀ ପାର୍ଟିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

କଟକ, (ନାଗରାଜ ନ୍ୟୁଜ): ଆମ୍ ଆଦମୀ ପାର୍ଟିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଳର କର୍ମ କର୍ତ୍ତା ନିଜ ନିଜର ମନ୍ତବ୍ୟ ରଖିଛନ୍ତି । ଯେପରି ଆମେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର ର ରାଜନୀତି ଦିଲ୍ଲୀରେ ଆରମ୍ଭ କରିଥିଲୁ . ଲୋକ ହସିଲେ ଏବଂ ଏହା ରାଜନୀତି ର ଧୂଆଁବାଣ ବୋଲି କହିଥିଲେ . ଆମେ ଦିଲ୍ଲୀ ମଡେଲ ପ୍ରସ୍ତୁତ କଲୁ . ଲୋକେ କହିଲେ ଦିଲ୍ଲୀ 1500sq. କିଲୋମିଟର ର ଛୋଟ ରାଜ୍ୟ ଏଠି ସମ୍ଭବ କିନ୍ତୁ ଏକ ପୁର୍ଣ ରାଜ୍ୟ ରେ କରିବା ସମ୍ଭବ ନୁହେଁ . ଆମେ ପଂଜାବ ରେ ସରକାର କଲୁ . ବିଜୁଳି ଫ୍ରି, ମୋହଲ୍ଲା କ୍ଲିନିକ,3ମାସ ରେ 6000 କୋଟି ରାଜସ୍ୱ ବୃଦ୍ଧି କଲୁ,3ଟା ଫସଲ ରେ MSP ରେ ଲାଗୁ,3ଟା ଟୋଲ ଗେଟ ଉଠାଇଲୁ .

ଏକ ପ୍ରେସ ମିଟ କରି କଟକ ଜିଲ୍ଲାର ସମସ୍ତ ଲୋକମାନଙ୍କୁ ଆହ୍ୱାନ କରୁଛୁ ଆମ୍ ଆଦମୀ ପାର୍ଟିର ପାଣି, ବିଜୁଳି, ସ୍ୱାସ୍ଥ୍ୟ, ଶିକ୍ଷା ର ସ୍ଵଛ ରାଜନୀତି ରେ ସାମିଲ ହୁଅନ୍ତୁ . ଏ 23 ବର୍ଷ ର ସ୍ଥାଣୁ, ଭ୍ରଷ୍ଟ, ଦୁର୍ନୀତି ସରକାର ବିରୁଦ୍ଧରେ ଆମ ସହିତ ସାମିଲ ହୁଅନ୍ତୁ . ନବୀନ ବାବୁ ବିକାଶ ପୁରୁଷ ନାମରେ 1 ଲକ୍ଷ୍ୟ 22 ହଜାରେ କୋଟି ରେ ରାଜ୍ୟ କୁ ଋଣ ଗ୍ରସ୍ତ କରିଛନ୍ତି . କଟକ ର ମେୟର ମହୋଦୟ 2ଟା ସରକାରୀ କ୍ୱାଟର, ଭୁବନେଶ୍ୱର ରେ ଏମପି କ୍ୱାଟର, ଏବଂ ନିଜ ର ଘର ଥାଇ ମଧ୍ୟ,30 ଲକ୍ଷ ରୁ ଉର୍ଦ୍ଧ ଟଙ୍କା ରେ ଏକ ରାଜକୀୟ ମହଲ ତିଆରି କରୁଛନ୍ତି . କାହା ସ୍ୱାର୍ଥ ରେ, ବିକାଶ ପୁରୁଷ ଙ୍କର କଟକ ବାସୀଙ୍କୁ ପେଟା ନାଳ ଯନ୍ତ୍ରଣା, ମଶା ଯନ୍ତ୍ରଣା, ଜାଇକା ଯନ୍ତ୍ରଣା ବିରୁଦ୍ଧରେ ଏକ ଜନଆନ୍ଦୋଳ କରି ସରକାର ଙ୍କ ଠାରୁ ସରକାରକୁ ଛଡେଇନବୁ .

Leave a Reply

Your email address will not be published.