ଏସସିବି ମେଡିକାଲ ୱେବସାଇଟ ଉନ୍ମୋଚିତ


କଟକ: କଟକ ଏସସିବି ମେଡିକାଲ କଲେଜ ର ବିଶ୍ଵସ୍ତରୀୟ ତଥା ତଥ୍ୟ ଭିତ୍ତିକ ୱେବ ସାଇଟ ଉନ୍ମୋଚିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ଏହାକୁ ଉନ୍ମୋଚନ କରିଥିଲେ। ଏହା ଦ୍ବାରା ଏସସିବି ମେଡିକାଲ କଲେଜ ସଂପର୍କରେ ସମସ୍ତ ତଥ୍ୟ ମିଳିପାରିବ। ଏହି ଅବସରରେ ଏସସିବି ଆଲମିନି ଆସୋସିଏସନ ର ୱେବ୍ ସାଇଟ୍ ମଧ୍ୟ ଉନ୍ମୋଚିତ ହୋଇଥିଲା । ଏହା ରୋଗୀ ସେବା ନେଇ ବେଶ ଉପଯୋଗୀ ହେବ ବୋଲି କେନ୍ଦ୍ରାଚଳ ରାଜସ୍ବ ଆୟୁକ୍ତ ଓ ମେଡିକାଲ କର୍ତ୍ତୃପକ୍ଷ ଆଶା ରଖିଛନ୍ତି । ଏ ସମ୍ପର୍କରେ ସର୍ବଶେଷ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲ ଓ ଏସସିବିର ବରିଷ୍ଠ ଡକ୍ଟର ଜୟନ୍ତ ପଣ୍ଡା ।

Leave a Reply

Your email address will not be published.