ପୁରୀ,(ନାଗରାଜ ନ୍ୟୁଜ): ଆଚାର୍ଯ୍ୟ ହରିହରଙ୍କ ସେବା ଓ ତ୍ୟାଗ ଏବଂ ଭଲ ମଣିଷ ହୁଅର ଆହ୍ଵାନ ତାଙ୍କୁ ଚିର ଅମର କରି ରଖିଥିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ମତବ୍ୟକ୍ତ କରିଛନ୍ତି।ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଆଚାର୍ଯ୍ୟ ହରିହର ସ୍ମୃତି ସଂସଦ ପକ୍ଷରୁ ଆଚାର୍ଯ୍ୟ ହରିହର ଙ୍କ ଜୟନ୍ତୀ ପାଳିତ ହୋଇଥିଲା।ପ୍ରାରମ୍ଭରେ ହରିହର ଛକ ସ୍ଥିତ ଆଚାର୍ଯ୍ୟ ହରିହର ଙ୍କ ପ୍ରତିମୂର୍ତ୍ତି ରେ ଅତିଥି ମାନେ ମାଲ୍ୟାର୍ପଣ କରିବା ପରେ ଗାନ୍ଧୀ ଘାଟ ଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଆଚାର୍ଯ୍ୟ ହରିହର ଙ୍କ ବାଗ୍ନୀତା,ମେଧା ଓ ବୁଦ୍ଧିମତା ଅନନ୍ୟ ବୋଲି କହିବା ସହ ତାଙ୍କ ଆଦର୍ଶ ଓ ଜୀବନ ଦର୍ଶନ ସମଗ୍ର ମାନବ ଜାତିର ପ୍ରେରଣା ର ଉତ୍ସ ବୋଲି କହିଥିଲେ।ଉମାବଲ୍ଲଭ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସ୍ମୃତି ସଂସଦର ସମ୍ପାଦକ ଶିବ ପ୍ରସାଦ ମିଶ୍ର ସମସ୍ତଙ୍କୁ ସ୍ୱାଗତ ସହ ସର୍ବଧର୍ମ ପ୍ରାର୍ଥନା ପରିବେଷଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଘୁନାଥ ସେଠୀ, ସ୍ମୃତି ସଂସଦର ସଦସ୍ୟ ରମେଶ ଚନ୍ଦ୍ର ରଥ,ପୂର୍ଣ୍ଣ ଚନ୍ଦ୍ର ସାହୁ, ଗଙ୍ଗାଧର ଦାଶ,ରୂପ ରଞ୍ଜନ ତ୍ରିପାଠୀ,ମାୟାଧର ମହାରଣା, ଦିବ୍ୟ ରଞନ ଦାଶ,ଜ୍ୟୋସ୍ନା ନାୟକ, ଜୟନ୍ତୀ ମହାପାତ୍ର, ତୃପ୍ତି ରେଖା ଛୋଟରାୟ, ଆଶାଲତା ପ୍ରଧାନ, ବିଣାପାଣୀ ମହାପାତ୍ର, ଶୁଭଶ୍ରୀ ଦାସ,ମିନତୀ ସାହୁ, ସ୍ନେହ ଲତା ସାହୁ,ପିଙ୍କି ନାୟକ, ସୋନିତା ମହାନ୍ତି, ମଞୁଲତା ମିଶ୍ର, ପ୍ରିୟବ୍ରତ ଜେନା,ନବ କିଶୋର ରଥ,ଦାଶରଥି ମହାରଣା, ବିଜୟ କୁମାର ପଟ୍ଟନାୟକ, ରଶ୍ମିରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ସ୍ୱଛ ସେବା ପାଇଁ ବରିଷ୍ଠ କର୍ମଚାରୀ ଶୁଭଶ୍ରୀ ଦାସ ଙ୍କୁ ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।