ହାଇକୋର୍ଟରେ ଅଭିନେତା ବାବୁଶାନଙ୍କ ଆଗୁଆ ଜାମିନ ଆବେଦନ ମାମଲା

କଟକ, (ନାଗରାଜ ନ୍ୟୁଜ): ହାଇକୋର୍ଟରେ ଅଭିନେତା ବାବୁଶାନଙ୍କ ଆଗୁଆ ଜାମିନ ଆବେଦନ ମାମଲା। ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ। ବାବୁଶାନ ଥାନାରେ ହାଜର ହୋଇଥିଲେ। Crpc ୪୧ ରେ ତାଙ୍କ ବୟାନ ରେକର୍ଡ କରି ନୋଟିସ ଦେଇଥିଲା ପୋଲିସ। ଏଥିପାଇଁ ଜାମିନର ଆବଶ୍ୟକତା ନଥିବାରୁ କୋର୍ଟ ଆଗୁଆ ଜାମିନ ଆବେଦନର ଅନ୍ତ ଘଟାଇଲେ କୋର୍ଟ।ତଦନ୍ତ ପ୍ରକ୍ରିୟାରେ ମଧ୍ୟ ବାବୁ ସହାଯୋଗ କରୁଛନ୍ତି ।ତେଣୁ ଆଗୁଆ ଜାମିନର ଆବଶ୍ୟକତା ନାହିଁ ଦର୍ଶାଇଲେ କୋର୍ଟ । ସାମ୍ଭାବ୍ୟ ଗିରଫଦାରୀ ଏଡାଇବା ପାଇଁ ଆଗୁଆ ଜାମିନ ଆବେଦନ କରିଥିଲେ ବାବୁସାନ । ପତ୍ନୀ ତୃପ୍ତିଙ୍କ ପକ୍ଷରୁ ଦାୟର ଏତଲାରେ ଅଭିଯୁକ୍ତ ଅଛନ୍ତି ଅଭିନେତା । ବାବୁସାନଙ୍କ ବିରୋଧରେ ଦଫା ୪୯୮(କ), ୫୦୬ ଲାଗିଛି। ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ସମ୍ପର୍କ ଓ ବିଭିନ୍ନ ଅଭିଯୋଗ କରି ବାବୁସାନଙ୍କ ବିରୋଧରେ ପତ୍ନୀ ତୃପ୍ତି ଶତପଥୀ ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ । ଏହାସହ ପ୍ରକୃତି ମିଶ୍ରଙ୍କ ନାଁରେ ମଧ୍ୟ ଏତଲା ଦେଇଥିଲେ ତୃପ୍ତି । ଏହାକୁ ନେଇ ବାବୁସାନଙ୍କୁ ହାଜର ହେବା ପାଇଁ ପୋଲିସ ନୋଟିସ ଜାରି କରିଥିଲା । ତେଣୁ ପୋଲିସର ସାମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ଆଶଙ୍କା କରି ଆଗୁଆ ଜାମିନ ଆବେଦନ କରିଥିଲେ ବାବୁସାନ।

Leave a Reply

Your email address will not be published.