କଟକ, (ନାଗରାଜ ନ୍ୟୁଜ): ମିଶନ ଜିରୋ ଏଫ୍ ପରେ ଏବେ ସୁପର ଥାଟି । ସରକାରୀ ବିଦ୍ୟାଳୟରେ ମାଟ୍ରିକ୍ୟୁଲେସନ ପିଲାମାନଙ୍କ ମଧ୍ୟରେ ଉତ୍ସାହ ବଢାଇବା ତଥା HSC ପରିକ୍ଷାରେ ଭଲ ରେଜଲ୍ଟ ପ୍ରଦର୍ଶନ ପାଇଁ SUPER 30 ମଡେଲର ଶୁଭାରମ୍ଭ କରାଯାଇଛି। କଟକ ଜିଲ୍ଲାରେ ପ୍ରଥମ ଥର ପାଇଁ ମିଶନ୍ ଜିରୋ ଏଫ୍ ମଡେଲ ପରେ ଏହି super 30 ମଡେଲର ଶୁଭାରମ୍ଭ ଆଠଗଡର ଦୁଇଟି 5T ଟ୍ରାନ୍ସଫର୍ମେସନ୍ ସ୍କୁଲ୍ ଯଥା ବିଶ୍ୱନାଥ ବିଦ୍ୟାପୀଠ ଏବଂ ସରକାରୀ ଗର୍ଲସ୍ ହାଇସ୍କୁଲ ରେ ଲାଗୁକରାଯାଇଛି । ବିଶେଷଜ୍ଞ ଶିକ୍ଷକମାନଙ୍କ ସହ ଏହା ପାଇଁ ବିଶ୍ୱନାଥ ବିଦ୍ୟାପିଠ ଏବଂ ସରକାରୀ ବାଳିକା ହାଇସ୍କୁଲର 30 ଜଣ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇଛି।
କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ କଟକ ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଚିହ୍ନଟ ହୋଇଥିବା ୩୦ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସଂସ୍ଥା ସହାୟତାରେ ଏକ ପାଠ୍ୟକରଣ କିଟ ସହ ଭଲସ୍ବାସ୍ଥ୍ୟ ପାଇଁ ହଲିକ୍ସ ପ୍ରଦାନ କରାଯାଇଛି। କଟକ ଜିଲ୍ଲାପାଳ ଭବାନିଶଙ୍କର ଚୟନି ଏହି SUPER 30 ର ପ୍ରଥମ କ୍ଲାସ ନେଇ ପିଲାମାନଙ୍କୁ ପାଠପଢେଇଛନ୍ତି ।