ଅବକାରୀ ବିଭାଗର ଅଜବ ଦାଦାଗିରି, ମଦଜବଦ୍ ବାହାନାରେ ଲୁଟି ନେଇଛନ୍ତି ଟଙ୍କା ସୁନା ଓ ମୋବାଇଲ ଫୋନ

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାରେ ଅବକାରୀ ବିଭାଗର ଦୈାରାତ୍ମ ଦିନକୁଦିନ ବଢ଼ିବାରେ ଲାଗିଛି। ମଦଜବଦ୍ ବାହାନାରେ ଘରତାଲାଭାଙ୍ଗି ଲୁଟି ନେଇଛନ୍ତି ଟଙ୍କା ସୁନା ମୋବାଇଲ।ବିଚାରା ଘରମାଲିକ ଏପଟସେପଟ ଧା ଧପଡ କରି ସବୁ ଆଡୁ ନିରାଶ ହେବାପରେ କାନମୁଣ୍ଡ ଆଉଁସି ରହୁଛନ୍ତି।ତାଙ୍କ କଥା କେହି ଶୁଣୁ ନାହାନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ର ରାଜଗାଙ୍ଗପୁର ଥାନା ଏବଂ କୁତ୍ରା ଥାନା ଅଞ୍ଚଳରେ। ରାଜଗାଙ୍ଗପୁର ଥାନା ଅଧୀନରେ ଥିବା ସୁରୁଡିହି ଗ୍ରାମର ରାଜୁଗୋପ ଏବଂ ତାଙ୍କ ସ୍ତ୍ରୀ ରାଜଗାଙ୍ଗପୁର ସିମେଣ୍ଟ କାରଖାନାରେ ଶ୍ରମିକ ଭାବରେ କାମକରନ୍ତି। ପ୍ରତିଦିନ ପରି କାଲି ମଧ୍ୟ ସ୍ବାମୀ ସ୍ତ୍ରୀ କାରଖାନା କୁ କାମ କରିବାପାଇଁ ଚାଲିଯାଇଥିଲେ, ନବମ ଶ୍ରେଣୀ ରେ ‌ପାଠପଢୁଥିବା ପୁଅ ମଧ୍ୟ ଘରେ ତାଲା ଲଗାଇ ସ୍କୁଲ କୁ ଚାଲିଯାଇଥିଲା। ହେଲେ ଘରେ କେହିନଥିବା ସମୟରେ ସମ୍ବଲପୁର ଅବକାରୀ ବିଭାଗର ଷ୍ପେଷାଲ ଷ୍କୁଆଡ ଅଧିକାରୀ ର‌ ପରିଚୟଦେଇ ଘରେ କେହି ନଥିବା ବେଳେ ଘର ତାଲା ଭାଙ୍ଗି ମଦଜବଦ୍ ବାହାନାରେ ‌ଖାନତଲାସ କରି ଘରେ କୈାଣସି ମଦ ନପାଇବାରୁ ଘରେ ଥିବା ଗୋଟିଏ ସ୍ମାର୍ଟ ଫୋନ ତଥା କିଛି ଟଙ୍କା ନେଇ ପଲାଇ ଯାଇଥିଲେ। ପରେ ପୁଅ ସ୍କୁଲ୍ ରୁ ଫେରିବା ଏବଂ ସ୍ବାମୀ ସ୍ତ୍ରୀ କାମରୁ ଫେରି ଦେଖିଲା ବେଳକୁ ଘରତାଲାଭଙ୍ଗା ଯାଇ ଘରର ଆସବାପତ୍ର ଫିଙ୍ଗାଫିଙ୍ଗି କରି ଘରେ ଥିବା ସ୍ମାର୍ଟ ଫୋନ୍ ଏବଂ କିଛି ଟଙ୍କା ଘରୁ ଗାଏବ ହୋଇଥିବା ଜାଣି ପାଖପଡୋସିଙ୍କୁ ପଚାରି ବୁଝିଥିଲେ। ପରେ ପଡୋସିଙ୍କ ଠାରୁ ଜାଣିବାକୁ ପାଇଲେ ଯେ, ଅବକାରୀ ବିଭାଗ ଆସି ଘରତାଲାଭାଙ୍ଗି ଘରେ ପଶିଥିବା କହିଥିଲେ।

ପରେ ଏ ସମ୍ପର୍କରେ ରାଜୁ ଗୋପ ଅବକାରୀ ବିଭାଗ ବିରୋଧ ରେ‌ ରାଜଗାଙ୍ଗପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେହିପରି ଗତ ମାସରେ କୁତ୍ରା ଥାନା ଅଧୀନରେ ଥିବା କଟଙ୍ଗ ପଞ୍ଚାୟତ ର ଧାଙ୍ଗରିଧୁକା ଗ୍ରାମର ସୁଭଦ୍ରା କୁଜୁର ସ୍ବାମୀ ହାଲୁକୁଜୁର ଙ୍କ ଘରେ କେହିନଥିବାବେଳେ ସେହି ସମ୍ବଲପୁର ଅବକାରୀ ବିଭାଗର ଷ୍ପେଷାଲ ଷ୍କୁଆଡ‌‌‌ ଘରତାଲାଭାଙ୍ଗି ଘରେ ଥିବା ଦୁଇକୂଣ୍ଟାଲ ମହୁଲ ଫୁଲ,20 ଲିଟର ଦେଶୀ ରନ୍ଧାମଦ ଜବଦ୍ କରିବା ସହିତ ଆଲମିରାରେ ଥିବା କୋଡ଼ିଏ ହଜାର ଟଙ୍କା,ମଦବିକ୍ରିକରି ମନିପର୍ସ ରେ ଥିବା 5ହଜାର ଟଙ୍କା ଭେନ୍ଟିବେଗ୍ ରେ ଥିବା ହଳେ ସୂନା‌କାନ ଫୂଳ ନେଇ ପଲାଇ ଯାଇଥିଲେ। ପରେ ଏସମ୍ପର୍କରେ ସମ୍ବାଦ ଖବରକାଗଜ ଏବଂ ନାରାଜ ନିଉଜ୍ ରେ ଖବର ପ୍ରସାରଣ ହେବାପରେ ସୁନା ଚୋରି କରିନେଇଥିବା ଅବକାରୀ ମାନେ ରାତିରେ ସୁଭଦ୍ରା କୁଜୁର ଙ୍କ ଘରକୁ ଆସି ଚୋରି ସୁନା କାନଫୁଲ କୁ ଫେରାଇ ଦେଇ କାହାକୁ କିଛି ନକହି ବା ପାଇଁ ନେହୁରା ହୋଇଥିଲେ। ଏଠାରେ ପ୍ରଶ୍ନ ଉଠେ ଯେ, ଅବକାରୀ ବିଭାଗ କୁ ସରକାର ମଦଜବଦ୍ କରିବା ସହିତ ମଦନିୟନ୍ତ୍ରଣ ପାଇଁ ଅନେକ ନିତି ନିୟମ ରଖିଛନ୍ତି। ଅବକାରୀ ବିଭାଗ ସେ ସବୁକୁ ମାନିବା କଥା। କିନ୍ତୁ ଦୁଃଖର କଥା ‌ସମ୍ବଲପୁର ଅବକାରୀ ଷ୍ପେଷାଲ ଷ୍କୁଆଡ ନିଜକୁ ସର୍ବେସର୍ବା ଭାବି ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି। ଏପରିକି ଲୋକାଲ ଅବକାରୀ କିମ୍ବା ପୋଲିସ ଙ୍କୁ ମଧ୍ୟ ଜଣାଉ ନଥିବା ଅଭିଯୋଗ ହେଉଛ। ସମ୍ବଲପୁର ଅବକାରୀ ବିଭାଗ ଟଙ୍କା ସୁନା ଲୁଟି ନେଇଛନ୍ତି, ହେଲେ ବଦନାମ୍ ହେଉଛନ୍ତି ଲୋକାଲ ପୋଲିସ ଏବଂ ଅବକାରୀ ବିଭାଗ। ଏଥିପାଇଁ ଅବକାରୀ ବିଭାଗ ର ଉଚ୍ଚ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ନଦେଲେ ଅବକାରୀ ବିଭାଗ ପ୍ରତି ଧିରେଧିରେ ଲୋକଙ୍କ ଆସ୍ଥା ଆଉ ରହିବନି।

Leave a Reply

Your email address will not be published.