ସରକାରୀ ମଦ ଦୋକାନରେ ଚଢ଼ା ଦରରେ ବିକ୍ରି ହେଉଛି ମଦ: ପ୍ରଶାସନ ନିରବଦ୍ରଷ୍ଟା

ରାଉରକେଲା,(ନାଗରାଜ ନ୍ୟୁଜ):  ରାଉରକେଲା ସହରର ସରକାରୀ ମଦ ଦୋକାନରେ ଖୁଲମ ଖୁଲା ଚଢ଼ା ଦରରେ ଗ୍ରାହକ ମାନଙ୍କୁ ମଦ ବିକ୍ରୀ କରୁଥିବା ଅଭିଯୋଗ ସାମ୍ନାକୁ ଆସିଛି l ଏଭଳି ଅଭିଯୋଗ ଆସିଛି ସାରନଗରୀ ଗଞ୍ଜୁ ମାର୍କେଟ, ଲାଠିକଟା, ବେଦବ୍ୟାସ ଭଳି କିଛି ଅଞ୍ଚଳରେ ଥିବା ସରକାରୀ ମଦ ଦୋକାନ ମାନଙ୍କରେ l ଯଦି ଉକ୍ତ ଅଞ୍ଚଳରେ କୌଣସି ଗ୍ରାହକ ମଦ ଦୋକାନକୁ ମଦ କିଣିବାକୁ ଯାଉଛନ୍ତି, ତାଙ୍କ ଠାରୁ ମଦ ର ଧାର୍ଯ୍ୟ (ଏମ. ଆର. ପି )ଦାମ ଠାରୁ ପ୍ରାୟ 30 ରୁ 50 ଟଙ୍କା ବୋତଲ ପିଛା ଅଧିକ ନେଉଥିବା ଅଭିଯୋଗ ସାମ୍ନାକୁ ଆସିଛି l ଯାହାଫଳରେ ଅସାଧୁ ସରକାରୀ ମଦ ବ୍ୟବସାୟୀ ମାନେ ସରକାର ଙ୍କ ଆଖିରେ ଆଙ୍ଗୁଠି ଗେଂଜି ମାଲାମାଲ ହେବାରେ ଲାଗିଛନ୍ତି l ସାରନଗରୀ ସ୍ଥିତ ଗଞ୍ଜୁ ମାର୍କେଟରେ ଥିବା ଏକ ସରକାରୀ ମଦ ଦୋକାନୀ ବିୟର ଥଣ୍ଡା ବାବଦକୁ କୋଡିଏ ଟଙ୍କା ଜବରଦସ୍ତ ଅଧିକ ନେଇଥିବା ଓ ନେଉଥିବା ଅଭିଯୋଗ ହୋଇଛି l ଅଭିଯୋଗକାରୀ ଦୋକାନୀ କୁ ପଚାରିବାରୁ ” ଆମକୁ ଚଢ଼ା ଦରରେ ବିକିବାକୁ ସରକାରୀ ନିର୍ଦେଶ ଅଛି , ତୁମେ ଯାହା କରିବା କଥା କର ” ବୋଲି ଦୋକାନୀ ଠାରୁ ଉତ୍ତର ମିଳୁଛି l ପ୍ରକୃତରେ ସରକାର ଚଢ଼ା ଦାମରେ ବିକିବାକୁ କହିଛନ୍ତି ନା ମଦ ଦୋକାନୀ ନିଜ ଇଛାରେ ବିକ୍ରୀ କରୁଛି l ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଅଭିଯୋଗ କରାଗଲେ ମଧ୍ୟ ଅବକାରୀ ବିଭାଗ ଏଥିପ୍ରତି କର୍ଣ୍ଣପାତ କରୁନଥିବା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି l ଏଣୁ, ଏଥିପ୍ରତି ଅବକାରୀ ବିଭାଗ ତଥା ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି l

ରାଉରକେଲାରୁ ଲବ କିଶୋର ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.