ଅବହେଳିତ ଅବସ୍ଥାରେ ପ୍ରାଚୀନ ମଠ ଓ ମନ୍ଦିର

ବାଙ୍କୀ: ବୁଡିବାକୁ ବସିଲାଣି ପୁରୁଣା ଐତିହ । ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଛି ପୁରୁଣା ଐତିହ ପରମ୍ପରା ସମ୍ପୂର୍ଣ୍ଣ ମଠ ମନ୍ଦିର । ମାଡି ବସିଲେଣି ଖଳ ପ୍ରକୃତିର ଲୋକେ ବୋଲି ଅଭିଯୋଗ ହୋଇଛି । ଏଭଳି ଖବର ଆସିଛି ବାଙ୍କୀ ବ୍ଲଜ ପନିକୋରଡ଼ ଗ୍ରାମରୁ । ସରକାରଙ୍କ ଦେବୋତ୍ତର ବିଭାଗ ଏହାର ଉନ୍ନତି ତଥା ରକ୍ଷଣା ବେକ୍ଷଣ ଦାୟିତ୍ୱ ନେଇଥିଲେ ସୁଦ୍ଧା ଫଳାଫଳ ଶୂନ । ଏଠି ଲକ୍ଷ୍ମୀ ନୃସିଂହ ନାଥ ମନ୍ଦିର ବହୁ ପୁରାତନ । ପ୍ରାୟ ପାଞ୍ଚ ଶହ ବର୍ଷର ଏହି ମନ୍ଦିର । ସେତେବେଳର ରାଜା ଏହାକୁ ପ୍ରତିଷ୍ଠା କରିଥିଲେ । କାଳକ୍ରମେ ବାଙ୍କୀଗଡ଼ ରାଜା ଏହାର ଦାୟିତ୍ୱ ନେଇଥିଲେ ।

ପରେ ଯେତେବେଳେ ରାଜା ଅମଳରୁ ସରକାର ସ୍ୱତନ୍ତ୍ର ବିଭାଗ ଏହାର ଦାୟିତ୍ୱ ନେଲେ ସେବେଠୁ ଅବହେଳିତ ଅବସ୍ଥାରେ ପଡି ରହିଥିବା ଅଭିଯୋଗ ହୋଇଛି । ଏନେଇ ପ୍ରଶାସନ ନିକଟରେ ଗୁହାରି କରି ଆସୁଥିଲେ ମଧ୍ୟ କେହି ଶୁଣୁନଥିବା କହିଛନ୍ତି ଗ୍ରାମବାସୀ । କିଭଳି ଏହାର ଉନ୍ନତି ହେବ ସେନେଇ ଚିନ୍ତାରେ ଏବେ ଗ୍ରାମବାସୀ । ଅନ୍ୟପଟେ ଗ୍ରାମରେ ପାଣିର ବ୍ୟବସ୍ଥା ନାହିଁ, ପାଚେରୀ ନାହିଁ, ଲାଇନ ବ୍ୟବସ୍ଥା ଓ ମନ୍ଦିର ଘର ଆଦିର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

Leave a Reply

Your email address will not be published.