ଅଙ୍ଗନୱ୍ୱାଡି କର୍ମୀ, ପାଚିକା ଓ ଆଶ କର୍ମୀଙ୍କ ଦ୍ୱାରା ଜିଲ୍ଲାପାଳଙ୍କୁ ଦାବିପତ୍ର

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ତରଫରୁ ନିଖିଳ ଓଡ଼ିଶା ଅଙ୍ଗନୱ୍ୱାଡି କର୍ମୀ ସଂଘ, ନିଖିଳ ଓଡ଼ିଶା ପାଚିକା ସହାୟିକା ସଂଘ ଓ ଆଶା କର୍ମୀ ମିଳିତ ଭାବେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ୧୫ ଦଫା ଦାବୀ ନେଇ ବିକ୍ଷୋଭ ପଦର୍ଶନ କରିଛନ୍ତି । ଅଙ୍ଗନୱାଡି କର୍ମୀ, ଆଶା, ପାଚିକା ମାନଙ୍କୁ ସର୍ବନିମ୍ନ ମାସିକ ୨୧୦୦୦ଟଙ୍କା ବେତନ ପ୍ରଦାନ, ଚାକିରି ସ୍ଥାୟୀକରଣ ଓ ପେନସନ ସୁବିଧା ଭଳି ୧୫ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଅଙ୍ଗନୱାଡ଼ି କର୍ମୀ, ସହାୟିକା, ପାଚିକା, ଆଶା କର୍ମିମାନେ ବାଜି ଚୌକ ଛକ ନିକଟରୁ ଶୋଭାଯାତ୍ରାର ବାହାରୀ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସରକାର ସେମାନଙ୍କର ଦାବୀ ପୂରଣ ନକଲେ ଆଗାମୀ ଦିନରେ ବଡ଼ଧରଣର ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଥିଲେ ।

Leave a Reply

Your email address will not be published.