ପିଲାଙ୍କୁ ବିଷ ଦେଇ ମାରିଦେବାର ଧମକ ଦେଲେ ଅଙ୍ଗନୱାଡି କର୍ମୀ, ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଇରା,(ନାଗରାଜ ନ୍ୟୁଜ):  ଅଙ୍ଗନୱାଡି ପିଲାଙ୍କୁ ଅସୁରକ୍ଷିତ ଖାଦ୍ୟ ପ୍ରଦାନ ଓ କର୍ମୀଙ୍କ ଅଶ୍ଳୀଳ ଭାଷା ପ୍ରୟୋଗ ବିରୋଧରେ ଗ୍ରାମବାସୀଙ୍କ ଅଭିଯୋଗ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ସୁବଳୟାପାଟଣା ଅଙ୍ଗନୱାଡି କେନ୍ଦ୍ରରେ । ଉକ୍ତ କେନ୍ଦ୍ରର କର୍ମୀ ଉର୍ମିଳା ପଣ୍ଡୁଆ ସ୍ବାମୀ ଟିକନ ବାରିକ ପିଲା ମାନଙ୍କୁ ଠିକ୍ ଭାବରେ ଖାଦ୍ୟ ଦେଉ ନାହାନ୍ତି, ଯାହାବି ଦେଉଛନ୍ତି ତାହା ସମ୍ପୂର୍ଣ୍ଣ ଅସୁରକ୍ଷିତ ଅଟେ । ଏବାବଦରେ ପିଲା ମାନଙ୍କ ଅଭିଭାବକ/ଅଭିଭାବିକା ମାନ କେନ୍ଦ୍ରକୁ ଯାଇ କର୍ମୀ ଶ୍ରୀମତୀ ପଣ୍ଡୁଆଙ୍କୁ ପଚାରିଥିଲେ । କିନ୍ତୁ ଉତ୍ତରରେ କର୍ମୀ ଜଣକ ପିଲା ମାନଙ୍କ ସାମ୍ନାରେ ବିଭିନ୍ନ ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ । ବିଭିନ୍ନ ଖରାପ ଭାଷାରେ ଗାଳି ଗୋଲଜ କରିବା ସହିତ ପିଲାଙ୍କୁ ବିଷ ଦେଇ ମାରିଦେବାର ଧମକ ମଧ୍ୟ ଦେଉଛନ୍ତି । ଆହୁରି ମଧ୍ୟ କହିଛନ୍ତି ନେତା, ମନ୍ତ୍ରୀ ଓ ଅଫିସର ମୋ ହାତରେ ଅଛନ୍ତି ତୁମେ ମୋର କିଛି ବି କରିପାରିବ ନାହିଁ । କର୍ମୀଙ୍କ କୁଭାଷା ଶୁଣି ପିଲାମାନେ ଘରେ ଅଶ୍ଳୀଳ ଭାଷା ପ୍ରୟୋଗ କରିବାକୁ ପଛାଉ ନାହାନ୍ତି । ତେଣୁ ବାଧ୍ୟ ହୋଇ ପିଲା ମାନଙ୍କୁ କେନ୍ଦ୍ର ଯିବା ବନ୍ଦ କରିଛନ୍ତି ଅଭିଭାବକ ମାନେ ।ଏବାବଦରେ ରୀତାରାଣୀ ବାରିକ, ସୁଲୋଚନା ବାରିକ, ପ୍ରତିମା ସାହୁ, ତିଳୋତ୍ତମା ବେହେରା, ଜୟଲକ୍ଷ୍ମୀ ଦାସ, ମାମିନା ଯେନା, ଗୋଲକ ବେହେରା, କୃପାସିନ୍ଧୁ ବାରିକ ଓ ଅଭିମନ୍ୟୁ ବାରିକ ପ୍ରମୁଖ ଗ୍ରାମବାସୀ ଖଇରା ସିଡିପିଓ ଜାନକୀ ଦାସ, ବ୍ଲକ ଅଧ୍ଯକ୍ଷା ଅଭିଲିପ୍ସା ସାହୁ, ବାଲେଶ୍ଵର ସିଡିଏମଓ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ସିଡିପିଓଙ୍କୁ ଯୋଗାଯୋଗ କରାଯାଇଥିଲା କିନ୍ତୁ ସମ୍ଭବ ହୋଇନଥିଲା । ଅପରପକ୍ଷେ ଚେୟାରମ୍ୟାନ ଶ୍ରୀମତୀ ସାହୁ ବୁଝିବା ପାଇଁ ଅଭିଯୋଗକାରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ନଚେତ୍ ପିତାମାତାଙ୍କର କୋଳ ଶୂନ୍ୟ ହୋଇଯିବ ।

ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.