ଖପ୍ରାଖୋଲ, (ନାଗରାଜ ନ୍ୟୁଜ): ଖପ୍ରାଖୋଲ ବ୍ଲକ ଘୁନସର ଟାୱାର ଛକଠାରେ ଓମ୍ ଶ୍ରୀ ଶ୍ରୀ ହରିଶଙ୍କର ବାବା ଟେଣ୍ଟ ସଂଘର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିକାଶ ଦାଶଙ୍କ ସଭାପତିତ୍ୱରେ ଏହି ସଭା ଆରମ୍ଭ ହୋଇଥିଲା । ଏଥିରେ ପ୍ରାୟ ୧୦୦ ଗୋଟି ଟେଣ୍ଟ ମାଲିକ ଯୋଗଦାନ କରିଥିଲେ । ଏହି ସଭାରେ ବିଭିନ୍ନ ସମସ୍ୟାର ଆଲୋଚନା କରାଯାଇଥିଲା । କୋଭିଡ କଟକଣା ଯୋଗୁଁ ବେପାର କ୍ଷତି ହୋଇଥିବାରୁ ମାଲିକମାନେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ସଭାପତିକୁ ଜଣାଇଥିଲେ । ଏଥିରେ ରବୀନ୍ଦ୍ର ଗଡତ୍ୟା, ତେଜରାଜ୍ ଦଣ୍ଡସେନା, ଗୋପାଳ ପାତ୍ର, ପିଣ୍ଟୁ ପୁଟେଲ, କିଶୋର ସାହୁ, ସୀତାରାମ ମେହେର, ବାଙ୍କବିହାରୀ ନାୟକ, ସାମାଜିକ ପଟେଲ, ଚିନ୍ତା ରଣା ଓ ଦୁର୍ଗା ଦତ୍ତ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସୀତାରାମ ଧନ୍ୟବାଦ୍ ଅର୍ପଣ କରି ସଭା ଭଙ୍ଗ କରିଥିଲେ ।