କଟକ, (ନାଗରାଜ ନ୍ୟୁଜ): ବେଆଇନ ଭୃଣ ନିରୂପଣ କରିଥିବା ଲ୍ୟାବ ଲିଙ୍କରେ ଆଉ ଜଣଙ୍କୁ ଗିରଫ କରିଛି କଟକ ମଙ୍ଗଳା ବାଗ ଥାନା ପୋଲିସ । ଗିରଫ ବ୍ୟକ୍ତି ଜଣକ ହେଲେ ମାନସ ରଞ୍ଜନ ପଣ୍ଡା । ସେ ଅଲ୍ଟ୍ରାସାଉଣ୍ଡ ମେସିନ ଆଲଫା ହେଲଥ କେୟାରକୁ ଯୋଗାଇଥିଲେ । ଗିରଫ ଅଭିଯୁକ୍ତଙ୍କ ଘର ଯାଜପୁର ଅଞ୍ଚଳରେ ହୋଇଥିବାବେଳେ ସେ କଟକରେ ରହି ଏହି ମେସିନ ଦଲାଲି କରୁଥିଲେ । ଯାହାଫଳରେ ବର୍ତ୍ତମାନ ଗିରଫଦାରୀ ସଂଖ୍ୟା ୫ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା କୌଣସି ଡାକ୍ତରଙ୍କ ସମ୍ପୃକ୍ତିର ଠୋସ ପ୍ରମାଣ ମିଳିନଥିଲେ ସୁଦ୍ଧା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଯଦି କାହାର ସମ୍ପୃକ୍ତିର ପ୍ରମାଣ ମିଳେ ତେବେ ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସିପି ଅମିତାଭ ମହାପାତ୍ର କହିଛନ୍ତି ।