ପୁଣି ଏକ ହାତୀର କଙ୍କାଳ ଠାବ

ଆଠଗଡ଼,(ନାଗରାଜ ନ୍ୟୁଜ): ଆଠଗଡ଼ ବନଖଣ୍ଡ ବଡ଼ମ୍ବା ବନାଞ୍ଚଳରୁ ପୁଣି ଏକ ହାତୀର କଙ୍କାଳ ଠାବ ହୋଇଛି । ଗୋପପୁର ରେଞ୍ଜ ମଣ୍ଡପ ରିଜର୍ଭ ଜଙ୍ଗଲର କୁଷପାଳ ବିଟ ଅଞ୍ଚଳରୁ ଠାବ ହୋଇଛି ହାତୀ କଙ୍କାଳ। ନରସିଂହପୁର ଏବଂ ବଡ଼ମ୍ବା ଜଙ୍ଗଲରେ ଗତକିଛି ଦିନ ଧରି ଜାରି ରହିଥିବା ହାତୀ ମୃତ୍ୟୁର ତଦନ୍ତ ପାଇଁ SIT ସହ ଯାଇଥିବା କ୍ରାଇମବ୍ରାଞ୍ଚ STF ଟିମ୍ ଦ୍ୱାରା ଆଜି ହାତୀ କଙ୍କାଳ ଠାବ ହୋଇଛି । ତେବେ ଏହି ହାତୀର କେମିତି ମୃତ୍ୟୁ ହୋଇଥିଲା ? ସେନେଇ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ । କଟକ ନରସିଂହପୁର ଜଙ୍ଗଲରେ ହାତୀ ମୃତ୍ୟୁ ମାମଲାରେ ଆଜିଠୁ ତଦନ୍ତ ଆରମ୍ଭ କରିଛି ଏସ୍‌ଆଇଟି। ବଡମ୍ବା ହାତୀ କଙ୍କାଳ ମିଳିବା, ଜଙ୍ଗଲରେ ଗୁଳିବିଦ୍ଧ ହାତୀର ମୃତ୍ୟୁ ଆଦି ମାମଲାର ତଦନ୍ତ କରୁଛି SIT । ଆଜି ଗ୍ରାଉଣ୍ଡକୁ ଯାଇ ଅନୁଧ୍ୟାନ କରିଛନ୍ତି ଆଠଗଡ଼ ଡିଏଫ୍ଓ, ଅନୁଗୁଳ ସର୍କଳର ସିସିଏଫ୍, କ୍ରାଇମବ୍ରାଞ୍ଚର ଜଣେ ଡିଏସ୍‌ପି ମିଳିତ ଭାବେ ତଦନ୍ତ କରିଛନ୍ତି!. ତେବେ ହାତୀଟି ଦନ୍ତାହାତୀ ନା ମାଈ ହାତୀ ଜଣା ପଡିନଥିବା ବେଳେ ହାତୀଟିର ବୟସ ୪୦ ବର୍ଷ ହେବ । ତେବେ ହାତୀର ହାଡ଼ ସଂଗ୍ରହ କରାଯାଇ ପରୀକ୍ଷା କରିବା ପାଇଁ ଭୁବନେଶ୍ବର ଓୟୁଏଟି କୁ ପଠାଯାଇଛି । କୈଣସି ହାତୀ ଦାନ୍ତ ମିଳିନାହିଁ। ତଦନ୍ତ ଜାରି ରହିଛି ଖୁବଶିଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ।

Leave a Reply

Your email address will not be published.