କଳାକାରମାନେ ଆତ୍ମପରିଚିତି ହେବା ନିହାତି ଜରୁରୀ

ବାଲେଶ୍ଵର,(ନାଗରାଜ ନ୍ୟୁଜ): କଳା ଓ କଳାକାର ହିତୈଷୀ ମହାମଞ୍ଚ ” ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ” ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ପୋଲସରା ବ୍ଲକ ଖଣ୍ଡୁରୁ ଗ୍ରାମରେ ଥିବା ଓଁ ଶ୍ରୀ ବାବା କପିଳେଶ୍ୱର ଯୁବ ଗଣନାଟ୍ୟ ସଂସଦ ପରିବେଷିତ ମହାନ୍ ପୌରାଣିକ ନାଟକ ” ଅର୍ଜୁନ ରଥରେ କୃଷ୍ଣ ସାରଥୀ ” ର ଶୁଭ ଉଦ୍ଘାଟନ କରି କଳାକାରମାନେ ସଂପ୍ରତି ଆତ୍ମ ପରିଚିତି ହେବା ନିତାନ୍ତ ଆବଶ୍ୟକ ବୋଲି ଉଦବୋଧନ ଦେଇଥିଲେ । ସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମହାସଂଘ ପକ୍ଷରୁ ନାଟ୍ୟ ନିର୍ଦ୍ଦେଶକ ଗୁରୁ ଇନ୍ଦ୍ରମଣି ସାସମଲ୍, ନାଟ୍ୟ ସଂଗଠକ ତଥା ମଞ୍ଚ ଅଭିନେତା ଶିବ ସାହୁ, ସୁଶାନ୍ତ କୁମାର ପ୍ରଧାନ, ଲିଙ୍ଗରାଜ ସାହୁ ଏବଂ କୈଳାସ ପ୍ରଧାନଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ସହ ଗ୍ରାମୀଣ ନାଟ୍ୟ ସଂସ୍କୃତିରୁ ଅପସଂସ୍କୃତିକୁ ସମ୍ପୂର୍ଣ୍ଣ ଦୂରେଇ ରଖିବା ନିମନ୍ତେ ନିବେଦନ କରିଥିଲେ ।

ଏହି ଅବସରରେ ନାଟକରେ ଅଭିନୟ କରିଥିବା ସମସ୍ତ କଳାକାରଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ପୋଲସରା ବ୍ଲକ ବିଜେଡ଼ି ସଭାପତି ବିଜୟ କୁମାର ସାହୁ, ସରପଞ୍ଚ ପ୍ରତିନିଧି ଟୁଲୁ ପଣ୍ଡା ଏବଂ ସମିତିସଭ୍ୟା ପ୍ରତିନିଧି ସତ୍ୟବାଦୀ ସାହୁ ଅତିଥି ଭାବେ ଯୋଗଦେଇ ନାଟ୍ୟ ସଂସ୍କୃତି କ୍ଷେତ୍ରରେ ଖଣ୍ଡୁରୁ ଗ୍ରାମର ମହନୀୟ ଭୂମିକା ସମ୍ପର୍କରେ ଅବତାରଣା କରିଥିଲେ । ନାଟକର ବିଭିନ୍ନ ଭୂମିକାରେ ହରିହର, ଭଜରାମ, ପୂର୍ଣ୍ଣଚନ୍ଦ୍ର, ନିବାସୀ, ଅର୍ଜୁନ, ପ୍ରଦୀପ, ଶଙ୍କର, ଟୁକୁନା, ଦେବେନ୍ଦ୍ର, ଗୋପାଳ, ସଞ୍ଜୟ, ସନ୍ନ୍ୟାସୀ, ନୀଳ, ନାରାୟଣ ପ୍ରମୁଖ ବହୁ କଳାକାର ବାସ୍ତବ ଅଭିନୟ ପ୍ରଦର୍ଶନ କରି ଅଞ୍ଚଳବାସୀଙ୍କ ପ୍ରୀୟଭାଜନ ହୋଇପାରିଛନ୍ତି । ଗୁରୁ ଇନ୍ଦ୍ରମଣି ସାସମଲ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ସୁଶାନ୍ତ କୁମାର ପ୍ରଧାନ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ଖଣଣ୍ଡୁରୁ ଗ୍ରାମବାସୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ । ଏଥିରେ ବାଲେଶ୍ଵର ଜିଲ୍ଲା ନିବାସୀ ମହାସଂଘ ରାଜ୍ୟ ଉପ-ସଭାପତି ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ ଆଗାମୀ ଦିନରେ ମହାସଂଘ କିପରି ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସକ୍ରିୟ ହେବ ସେବିଷୟରେ ଆଲୋଚନା କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.