ସାଲେପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ବ୍ଲକ ଆକାଉଣ୍ଟାଣ୍ଡ ଅଫିସରଙ୍କ ଅନ୍ୟତ୍ର ବଦଳି ଆଦେଶ, ଅସନ୍ତୋଷ ବ୍ୟକ୍ତ କଲେ ଆଶା କର୍ମୀ

କଟକ, (ନାଗରାଜ ନ୍ୟୁଜ): କଟକ ଜିଲ୍ଲା ସାଲେପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ବ୍ଲକ ଆକାଉଣ୍ଟାଣ୍ଡ ଅଫିସରଙ୍କ ଅନ୍ୟତ୍ର ବଦଳି ଆଦେଶ ଆସିବ ପରେ ବ୍ଲକ ର ସମସ୍ତ କାର୍ଯ୍ୟରତ ଆଶା କର୍ମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେମାନେ ବ୍ଲକ ଆକାଉଣ୍ଟାଣ୍ଡ ଅଫିସର ବିପିନ କୁମାର ଜେନା ଙ୍କ ବଦଳି ବାତିଲ କରିବ ପ୍ରତିବାଦ କରୀ ଆଜି ବ୍ଲକର ଶତାଧିକ ଆଶାକର୍ମୀ ମାନେ ମେଡିକାଲ ଭିତରେ କାର୍ଯ୍ୟବନ୍ଦ କରି ଧାରଣା ରେ ବସି ରହିଥିଲେ । ଏନେଇ ସେମାନେ ଏକ ଦାବିପତ୍ର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଉଦେଶ୍ୟରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କୁ ପ୍ରଦାନ କରିଥିଲେ । ତେବେ ସେମାନଙ୍କ ଦାବି ଯଦି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ନଶୁଣନ୍ତି ତାହାହେଲେ ଆଗକୁ ଆନ୍ଦୋଳନ ଜୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି ଆଶାକର୍ମୀ ମାନେ । ସେପଟେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର ଅଧିକାରୀ ଧାରଣରତ ଆଶାକର୍ମୀ ମାନଙ୍କୁ ବୁଝାସୁଝା କରିଛନ୍ତି ।

Leave a Reply

Your email address will not be published.