ପୁରୀ ଜିଲ୍ଲା କୋର କମିଟି ବୈଠକରେ ଯୋଗଦେଲେ ଆଶୁତୋଷ ପରିଡ଼ା

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ଜିଲ୍ଲା କୋର୍ଡିନେଟର ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଓଡ଼ିଶାର ଯୁବ ପ୍ରତିଭା କଟକ ର ଯୁବ ସଭାପତି ଶ୍ରୀଯୁକ୍ତ ଆଶୁତୋଷ ପରିଡ଼ା ଆଜି ପୁରୀ ଜିଲ୍ଲା କୋର କମିଟି ବୈଠକରେ ଯୋଗଦେଇଛନ୍ତି । ଗତ ଜୁଲାଇ ୨୧ ତାରିଖରେ ରାଜ୍ୟ ସଭାପତିଙ୍କ ଆହ୍ଵାନ କ୍ରମେ ଓଡ଼ିଶାରେ ସବୁ ଜିଲ୍ଲାରେ ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହେବ । ତେଣୁ ଆଜିର ବୈଠକ ରେ ଆସନ୍ତା ସେପ୍ଟେମ୍ୱର ୪ ତାରିଖ ରବିବାର ଦିନ ପୁରୀ ପୌର ସଦନ (ଟାଉନ ହଲ) ଠାରେ ଦିନ ୧୦ ଟା ସମୟରେ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଗଲା । ପୁରୀ ଜିଲ୍ଲା କୋର୍ଡିନେଟର ଭାବେ ରାଜ୍ୟ ତରଫରୁ ଦାୟିତ୍ଵ ମିଳିଥିବାରୁ ଖୁସି ଅନୁଭବ ସହ କରିବା ସହ କିଭଳି କେଜ୍ରିୱାଲ ଙ୍କ ବାର୍ତ୍ତା #MakeIndiaNo1 ପୁରୀ ଜିଲ୍ଲାର ଘରେ ଘରେ ପହଞ୍ଚିବ ସେଥିପାଇଁ ପୁରୀ ଜିଲ୍ଲା କାର୍ଯ୍ୟକର୍ତ୍ତା ଙ୍କ ସହ ମିଶି କାମ କରିବେ ବୋଲି ପୁରୀ ଜିଲ୍ଲା କୋର୍ଡିନେଟର ଆଶୁତୋଷ ପରିଡ଼ା କହିଛନ୍ତି । ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ ରେ ପୁରୀ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ରୁ ସକ୍ରିୟ କାର୍ଯ୍ୟକର୍ତ୍ତା ଯୋଗଦେବେ ବୋଲି ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି କହିଛନ୍ତି ।

Leave a Reply

Your email address will not be published.