ବେଆଇନ ବାଲି ଖାଦାନରେ ଚଢ଼ାଉ

ବାଲେଶ୍ବର,(ନାଗରାଜ ନ୍ୟୁଜ): ବେଆଇନ ଭାବେ ନଦୀବନ୍ଧ କାଟୁ ଥିବା ବେଳେ ମାଡି ବସିଲା ରାଜସ୍ୱ ବିଭାଗ, ଗୋଟିଏ ଜେସିବି କରିଛି ଜବଦ । ସୂଚନା ମୁତାବକ ବାଲେଶ୍ବର ଜିଲ୍ଲା ଜଳେଶ୍ବର ତହସିଲ ଅଧିନସ୍ଥ ବେହେରା ସାହି ଗ୍ରାମରୁ ସୁବର୍ଣ୍ଣରେଖା ନଦୀରୁ ୨ଟି ବେଆଇନ ବାଲି ଖାଦାନରୁ ବାଲି ଉତ୍ତଳନ କରି ପଶ୍ଚିମବଙ୍ଗ ଓ ଓଡିଶାକୁ ଟ୍ରାକ୍ଟର ଯୋଗେ ଚୋରା ଚାଲାଣ କରାଯାଉଥିଲା । ଖବର ପାଇ ରାଜସ୍ୱ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ ଟ୍ରାକ୍ଟର ଗୁଡିକ ଚମ୍ପଟ ମାରିଥିଲା । ଅନ୍ୟତ୍ର ଆଉ ଗୋଟିଏ ବେଆଇନ ବାଲି ଖାଦାନ ଖୋଲିବା ପାଇଁ ନଦୀ ବନ୍ଧ କାଟି ବାଲିକୁ ରାସ୍ତା କରୁଥିବା ବେଳେ ଗୋଟିଏ ଜେସିବି ଜବତ ହୋଇଥିବା ବେଳେ ଜେସିବି ଡ୍ରାଇଭର ଚମ୍ପଟ ମାରିଛି । ଜବତ ଜେସିବିକୁ ରାଇବଣିଆ ଥାନାରେ ଅଟକ ରଖାଯାଇଥିବା ଖବର ମିଳିଛି । ଦୀର୍ଘଦିନ ଧରି ଜଳେଶ୍ବର ବେହେରା ସାହିରେ ଚାଲିଥିଲା ବେଆଇନ ବାଲି ଉତ୍ତୋଳନକୁ ବହୁଦିନ ଆଗରୁ ଅଭିଯୋଗ ହେଉଥିଲା ହଠାତ୍ ରାଜସ୍ବ ବିଭାଗ ଓ ରାଇବଣିଆ ପୋଲିସ ମିଳିତ ଭାବରେ ଚଢ଼ାଉ ହୋଇଥିଲା ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.