ପୁରୀ,(ନାଗରାଜ ନ୍ୟୁଜ): ପୁରୀ ପୌର ପାଳିକା ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଆଜି ପାଳିତ ହୋଇଥିଲା। ଏହି ଉପଲକ୍ଷେ ପୌରସଦନ ଠାରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡ଼ଙ୍ଗୀ ପୁରୀ ଏକ ପ୍ରସିଦ୍ଧ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳ ହୋଇ ଥିବାରୁ ସ୍ୱଛତା ଓ ଶୃଙ୍ଖଳା ପୌର ପାଳିକା ପାଇଁ ଏକ ଆହ୍ଵାନ।ତେବେ ପୁରୀ ପୌର ପାଳିକା ଓ ସାଧାରଣ ଲୋକ ମାନଙ୍କ ସହଯୋଗ ରେ ଏହା ସଫଳ ହୋଇଛି ବୋଲି କହିବା ସହ ସଫେଇ କର୍ମଚାରୀ ମାନେ ପୌର ପାଳିକା ର ମେରୁଦଣ୍ଡ ବୋଲି କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ପୌର ପାଳିକା ର ପ୍ରବର୍ତ୍ତନ ଅଧିକାରୀ ଶ୍ରୀ ବୃନ୍ଦାବନ ପତି ପ୍ରମୁଖ ଯୋଗ ଦେଇ ସ୍ୱାୟତ୍ତ ଶାସନ ଦିବସ ର ତାତ୍ପର୍ଯ୍ୟ ଓ ପୌର ପାଳିକା ର ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।ପୌର ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ ପୁରୀ ପୌର ପାଳିକା ର ବିଭିନ୍ନ ଉପଲବ୍ଧି ସମ୍ପର୍କରେ ସୂଚନା ଦେବା ସହ ନାଗରିକ ମାନଙ୍କର ସହଯୋଗ କୁ ପ୍ରଶଂସା କରିଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଙ୍କୁ ଅତିଥି ମାନେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ। ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ପୂର୍ବରୁ ସକାଳ ୭ ଘଟିକା ରେ ସିଂହଦ୍ୱାର ଠାରେ ପ୍ରଦୀପ ପ୍ରଜ୍ୱଳନ, ସ୍ୱଛ ପୁରୀ ପାଇଁ ଏକ ସଚେତନତା ରାଲି ସିଂହଦ୍ୱାର ଠାରୁ ବାହାରି ଗାନ୍ଧୀ ଘାଟ ପର୍ଯ୍ୟନ୍ତ ଆସିଥିଲା।ଗାନ୍ଧୀ ଘାଟ ଠାରେ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ, ସହରାଞ୍ଚଳ ବାସହୀନ ଙ୍କ ଆଶ୍ରୟ ସ୍ଥଳରେ ଫଳ ବଣ୍ଟନ, ପରିମଳ କର୍ମଚାରୀ ଙ୍କୁ ପୋଷାକ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଜିଲ୍ଲାପାଳ ତଥା ପ୍ରଶାସକ ଶ୍ରୀ ସମର୍ଥ ବର୍ମା ଙ୍କ ଦ୍ଵାରା ପୌର ପାଳିକା କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ ପରେ ମୁକ୍ତା ଯୋଜନା ରେ ୧ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ମୁନିସିପାଲ୍ଟି କ୍ଲବ ଖୋଲା ସ୍ଥାନ ବିକାଶ, ନୃସିଂହ ବଡଜାଗା ମାଲତିପଡା ବିକାଶ, ଆଖଣ୍ଡଳମଣି ନିକଟ ଖୋଲା ସ୍ଥାନ ବିକାଶ,ମାଳିଗଡା ଜାଗା ପୋଖରୀ ର ପୁନରୁଦ୍ଧାର ଓ ପରିପାଶ୍ୱ ଉନ୍ନୟନ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ଖୋଲା ସ୍ଥାନ ବିକାଶ, ଅଡଙ୍ଗ ତିଆଡି ଜାଗା ମିନି ପାର୍କ, ରିଫ୍ୟୁଜି କଲୋନୀ ଖୋଲା ସ୍ଥାନ ବିକାଶ, ଖାସ ଜାଗା ଖୋଲା ସ୍ଥାନ ବିକାଶ, ଢିପ ଜାଗାର ସୌନ୍ଦର୍ଯ୍ୟ କରଣ ଓ ଗଡ ସାହଣ ଜାଗା ବିକାଶ ପ୍ରକଳ୍ପ ର ଉଦଘାଟନ କରିଥିଲେ। ଶେଷରେ ପୌରସଦନ ରେ ମନୋରଞ୍ଜନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା।ଶ୍ୟାମ ପ୍ରସାଦ ସେନାପତି ସଭା ପରିଚାଳନା କରିଥିଲେ।