ଭଦ୍ରକ ଜିଲ୍ଲାରେ ରହୁଥିବା କିନ୍ନରମାନଙ୍କ ମୌଳିକ ଅଧିକାର ନେଇ ସଚେତନତା ରାଲି

ଖଇରା,(ନାଗରାଜ ନ୍ୟୁଜ): ଭଦ୍ରକ ଜିଲ୍ଲାରେ ରହୁଥିବା LGBTIQ ସମସ୍ତଙ୍କୁ ନେଇ ଏକ ସଚେତନତା ରାଲି ଭଦ୍ରକ ଜିଲ୍ଲାପାଳ ଅଫିସ୍ ଠାରୁ ଭଦ୍ରକ ବାଇପାସ ଛକ ଯାଏ ହୋଇଥିଲା । ଏହାକୁ ଭଦ୍ରକ DSSO ଏବଂ ଭଦ୍ରକ କିନ୍ନର ମହାସଂଘ ସଭାପତି ସୋନାଲୀ ଦାସ ପତକା ଦେଖାଇ ଆରମ୍ଭ କରାଇଥିଲେ । ଏଥିରେ କିନ୍ନର ମାନଙ୍କ ମୌଳିକ ଅଧିକାର ଆଇନ ଶିକ୍ଷା, ସ୍ୱାସ୍ଥ୍ୟ ନିଯୁକ୍ତି, ଖେଳ ଯୌନତା ଇତ୍ୟାଦି ସବୁ କ୍ଷେତ୍ରରେ ସମାନ ସୁବିଧା ଦିଆଯାଉ ଏବଂ କିନ୍ନର ମାନେ କେମିତି ସମ୍ମାନର ସହ ବଞ୍ଚିବେ । ସେଥିପାଇଁ ଏକ ସ୍ଵାଭିମାନ ପଦଯାତ୍ରା କରାଯାଇଥିଲା । ଜାତିଗତ, ଲିଙ୍ଗଗତ, ଯୌନତାକୁ ନେଇ ସମାଜରେ ଭେଦଭାବ ନ ରହୁ ଏହି କାର୍ଯ୍ୟକ୍ରମରେ ସାଥୀ organisation ଏବଂ ଅର୍ଦ୍ଧନାରୀ କିନ୍ନର ସଂଘ ମିଳିତ ସହଯୋଗରେ ହୋଇଥିଲା ସୁନୀତା, ସଞ୍ଜନା, ସୀମା କିନ୍ନର ମାନେ ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ 

Leave a Reply

Your email address will not be published.