ରାଉରକେଲା,(ନାଗରାଜ ନ୍ୟୁଜ): ବିଭିନ୍ନ ଅନୁଷ୍ଠାନରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସାରନଗରୀ ର ବିର୍ଷମୁଣ୍ଡା ଆଦର୍ଶ ସରକାରୀ ବିଦ୍ୟାଳୟ ,ଆଦର୍ଶ ବିଦ୍ୟାମନ୍ଦିର ଦେଓଗାଁସ୍ଥିତ ଗାନ୍ଧି ବିଦ୍ୟାଳୟ ଆନୁକୂଲ୍ୟରେ ଅଧ୍ୟକ୍ଷ ଗୌର ଚନ୍ଦ୍ର ବେହରାଙ୍କ ତତ୍ୱାବଧାନରେ ଆୟୋଜିତ ଉତ୍ସବରେ କାର୍ଯ୍ୟକ୍ରମର ଗୁରୁତ୍ଵ ବିଷୟରେ ବିଦ୍ୟାର୍ଥୀଙ୍କୁ ମାର୍ଗ ଦର୍ଶନ କରାଯାଇଥିଲା । ଏହି ଅବସରରେ ତ୍ରିରଙ୍ଗା ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇ ଅମୃତ ମହୋତ୍ସବ ପାଳନର ପ୍ରାସଙ୍ଗିକତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା । ସାଗରିକା ୱେଲ୍ ଫେୟାର ଟ୍ରଷ୍ଟ ଓ ସରାନା କ୍ଲବ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ସାଗରିକା ୱେଲ୍ ଟ୍ରଷ୍ଟ ର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ହରିହର ରାଉତରାୟ,ସମାଜ ସେବୀ ଭାବେ ଶ୍ରୀମତୀ ଜୟନ୍ତୀ ଦାସ,ଯୁବ ସଭାପତି ଶ୍ରୀଯୁକ୍ତ ପ୍ରଭାକର ଚୌଧୁରୀ,ଶ୍ରୀମତୀ ସୁମିତ୍ରା ସ୍ୱାଇଁ , ଓ ସାରାନା କ୍ଲବ ର ପ୍ରେସିଡେଣ୍ଟ ଦସ୍ମାତ୍ ହେମ୍ବରମ, ସେକ୍ରେଟେରୀ ପ୍ରିରୁ ହସଦା,ଲୁସା ମାଝି, କ୍ଳବ ମେମ୍ବର ସୁନ୍ଦର ମୋହନ ହାସଦା ତାହବିର ଗରୁଡ। କର୍ମଚାରୀବୃନ୍ଦ ଯୋଗ ଦେଇଥିଲେ ।
ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟ ଓ ରାଉରକେଲା ଇସ୍ପାତ କାରଖାନା ସିଆଇଏସଏଫର ମିଳିତ ଆନୁକୂଲ୍ୟରେ ଆୟୋଜିତ ଉତ୍ସବରେ ସିଆଇଏସଏଫ କମାଣ୍ଡାଣ୍ଟ ଅଶୋକ କୁମାର ଜଲବାଣିଆ ମୁଖ୍ୟଅତିଥ୍ ଭାବେ ଯୋଗ ଦେଇଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷା ନି ଳିମା ଚାଟାର୍ଜୀ , ଏନଏସଏସ କୋଡ଼ିନେଟର ସୁରଭି ସାହୁ ମଞ୍ଚ ପରିଚାଳନା କ ରିଥିଲେ । ଶେଷରେ ମୋ କଲେଜ ଅଭିଯା ନ ର ବରିଷ୍ଠ ଅଧିକାରୀ ପ୍ରଧ୍ୟାପିକା ଶୁଭ୍ରା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍କଳମଣି ସରକାରୀ ଉଚ୍ଚ ବିଦ୍ୟାଳୟ ଦେଓ ଗାଁସ୍ଥିତ ଉତ୍କଳମଣି ସରକାରୀ ଉଚ୍ଚ ବିଦ୍ୟାଳୟରେ ତ୍ରିରଙ୍ଗା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋଭାଯାତ୍ରାରେ ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।